ଅପରାଧ

ଏଭଳି ପ୍ରେମକୁ ଧିକ୍ ! ପ୍ରେମିକାକୁ ଲଜ୍‌କୁ ଡାକିଲା ପ୍ରେମିକ, ଆଉ ତାପରେ…

କେନ୍ଦ୍ରାପଡ଼ା: ପ୍ରେମ ପାଇଁ ନୁହେଁ, ଟଙ୍କା ପାଇଁ ପ୍ରେମିକାକୁ ବ୍ୟବହାର କରୁଥିବା ପ୍ରେମିକ। ଲଜରେ ରଖି ଦୁଷ୍କର୍ମ କରିବା ଏବଂ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ପ୍ରେମିକ ସମେତ ୪ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରାପଡା ସଦର ପୋଲିସ l ଅଭିଯୋଗ ଅନୁଯାୟୀ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଯୁବତୀଙ୍କର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳୀବଣ ଗାଁର ରାହୁଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲାl

ନିକଟରେ ରାହୁଲ ନିଜ ପ୍ରେମିକାକୁ ଆଣି କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଶ୍ୟାମଗୁଡ଼ିଆ ଅଞ୍ଚଳରେ ଥିବା ଓମ୍ ସାଇ ଗେଷ୍ଟ ହାଉସରେ ରଖିଥିଲେ l ବିବାହର ପ୍ରତିଶ୍ରୁତି ଦେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ସହିତ ଅନୈତିକ କାର୍ଯ୍ୟ କରିବା ପାଇଁ ଚାପ ପକାଇଥିଲେ l ଏମିତିକି ବିଭିନ୍ନ ସମୟରେ ତାଙ୍କୁ ମାରଧର ମଧ୍ୟ କରୁଥିଲେl

ସୁଯୋଗ ପାଇ ଯୁବତୀ ଜଣଙ୍କ ସେଠାରୁ ଖସି ଆସି ପୋଲିସ ନିକଟରେ ପହଞ୍ଚିଥିଲେ l ଅଭିଯୋଗ ପାଇବା ପରେ ପୋଲିସ ଲଜ୍ ଉପରେ ଚଢାଉ କରି ଯୁବତୀଙ୍କ ପୁରୁଷ ବନ୍ଧୁ, ତାଙ୍କର ଅନ୍ୟ ଜଣେ ବାନ୍ଧବୀ, ଲଜ୍ ମାଲିକ ଓ ତାଙ୍କର ସହଯୋଗୀଙ୍କୁ ଅଟକ ରଖିଛି l ଘଟଣା ସଂପର୍କରେ ପୋଲିସ ଅଧିକ ତଦନ୍ତ ଚଳାଇଛି l

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button