ଜୀବନଚର୍ଯ୍ୟା

କମ୍ ବୟସ୍କଙ୍କ ଠାରେ କାହିଁକି ବଢୁଛି ଥାଇରଏଡ ସମସ୍ୟା, ଜାଣନ୍ତୁ ଏହାର ପ୍ରମୁଖ କାରଣ …

ନୂଆଦିଲ୍ଳୀ ୩୧।୦୧; ଯଦି ଆପଣ ଥକିବା, ଓଜନ ବଢିବା ପରି ସମସ୍ୟାକୁ ସାମ୍ନା କରୁଥାନ୍ତି, ତେବେ ସାବଧାନ ରୁହନ୍ତୁ । ଏହା ହାଇପୋଥାଇରଏଡ୍ର ଲକ୍ଷଣ ହୋଇପାରେ। ଆଜିକାଲି ଖୁବ୍ କମ୍ ବୟସର ମହିଳାମାନଙ୍କ ଠାରେ ଥାଇରଏଡ୍ ସମସ୍ୟା ଦେଖିବାକୁ ମିଳୁଛି । ଫଳରେ ମହିଳାମାନଙ୍କ ଠାରେ କେଶ ଝଡିବା, ଥକ୍କାପଣ ଓ ଓଜନ ବଢିବା ପରି ଲକ୍ଷଣମାନ ଦେଖାଯାଉଛି । ଅସନ୍ତୁଳିତ ଖାଦ୍ୟ ପାନୀୟ, ଚିନ୍ତା ଓ ଆୟୋଡିନର ଅଭାବ ଏହି ରୋଗ ପାଇଁ ମୁଖ୍ୟତଃ ଦାୟୀ । ଥାଇରଏଡ୍ ଗ୍ରନ୍ଥି ଶରୀରର ସାଧାରଣ କାର୍ଯ୍ୟ ପରିଚାଳନା ପାଇଁ ଆବଶ୍ୟକ ହର୍ମୋନ୍ କ୍ଷରଣ କରିଥାଏ । ଯେତେବେଳେ ଏହା ସକ୍ରିୟ ଭାବେ କାମ କରି ନଥାଏ, ତେବେ ବ୍ୟକ୍ତିଠାରେ ଶାରୀରିକ ଓ ମାନସିକ ଅସୁସ୍ଥତା ଅନୁଭବ ହୋଇଥାଏ । କମ୍ ବୟସର ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଯିବାର କାରଣ, ଲକ୍ଷଣ ସହ କେମିତି ସାବଧାନ ରହିପାରିବେ ।

ପ୍ରମୁଖ କାରଣ-କମ୍ ବୟସରେ ମହିଳାମାନଙ୍କଠାରେ ଥାଇରଏଡ୍ ହେବାର ଅନେକ କାରଣ ରହିଛି, ଯେପରିକି ଭୂତାଣୁଜନିତ ସଂକ୍ରମଣ, ଚିନ୍ତା, ଆୟୋଡିନ୍, ଆଇରନ୍ ଓ ଜିଙ୍କ୍ ପରି ପୋଷକ ତତ୍ତ୍ୱର ଅଭାବ ସହ କମ୍ ଶାରୀରିକ ସକ୍ରିୟତା ଆଦି ସାମିଲ ରହିଥାଏ । ବ୍ୟସ୍ତବହୁଳ ଦିନଚର୍ଯ୍ୟା ଯୋଗୁ ମହିଳାମାନେ ପ୍ରାୟତଃ ଜଙ୍କ୍ ଓ ପ୍ୟାକେଜ୍ଡ ଖାଦ୍ୟ ଖାଇବା ଦ୍ୱାରା ଥାଇରଏଡ୍ ଗ୍ରନ୍ଥି ପ୍ରଭାବିତ ହେଉଛି ।

ଲକ୍ଷଣ– ଯଦି ମାସିକ ଧର୍ମରେ ଅନିୟମିତତା, ଓଜନ ବଢିବା, କେଶ ଝଡିବା, ଦୁର୍ବଳ ଲାଗିବା ତ୍ୱଚା ଶୁଷ୍କ ହେବା, ଗଳାରେ ଭାରୀପଣ, ଚିଡଚିଡା ଲାଗିବା କିମ୍ବା ଖରାପ କୋଲେଷ୍ଟେରଲ୍ ବଢିବା ପରି ଲକ୍ଷଣମାନ ଦେଖା ଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନେବା ଉଚିତ୍ ।

ସାବଧାନ ରୁହନ୍ତୁ– ଡାକ୍ତରଙ୍କ ପରାମର୍ଶକ୍ରମେ ନିୟମିତ ଔଷଧ ଖାଇବା ସହ ଆବଶ୍ୟକ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟକୁ ଗୁରୁତ୍ୱ ଦେବା ଜରୁରି । ଭିଟାମିନ୍-ଡି, ପ୍ରୋବାୟୋଟିକ୍ ଆହାର ନେବା ଆବଶ୍ୟକ । ସେହିପରି ମୌସୁମୀ ଫଳ ମଧ୍ୟ ଖୁବ୍ ହିତକର । ସୈନ୍ଧବ ଲୁଣ ଓ ଚିନିଠାରୁ ଯଥାସମ୍ଭବ ଦୂରେଇ ରହିବା ଭଲ । ଆଇରନ୍ ଓ ମ୍ୟାଗ୍ନେସିୟମ୍ ଯୁକ୍ତ ପାଳଙ୍ଗ ଓ ପତ୍ରଯୁକ୍ତ ଶାଗକୁ ଗୁରୁତ୍ୱ ଦିଅନ୍ତୁ । ନିୟମିତ ଯୋଗ, ପହଁରିବା ଓ ଶାରୀରିକ ସକ୍ରିୟତାକୁ ଗୁରୁତ୍ୱ ଦେବାକୁ ଭୁଲନ୍ତୁନି । ଏଥିପାଇଁ ଯୋଗ ବା ବ୍ୟାୟାମର ସହାୟତା ନେଇପାରିବେ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button