ଖେଳ

‘କର ବା ମର’ପରିସ୍ଥିତିରେ ଭାରତକୁ ଶକ୍ତି ଦେଲେ ସେହୱାଗଙ୍କ ପୁଅ, ଅଣ୍ଡର-୧୯ ଏସିଆ କପରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦିଗ୍ଗଜ ବ୍ୟାଟର୍‌ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବେ ଚାଲିଥିବା ୨୦୨୬ ଅଣ୍ଡର-୧୯ ଏସିଆ କପରେ ଟିମ ଇଣ୍ଡିଆ ପକ୍ଷରୁ ଖେଳୁଛନ୍ତି। ଟୁର୍ନାମେଣ୍ଟର ୧୧ତମ ମ୍ୟାଚ ଭାରତ ଓ ୟୁଏଇ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଭାରତୀୟ ଦଳ ପାଇଁ ‘କର ବା ମର’ ସଦୃଶ। ଏଥିରେ ପରାଜୟ ବରଣ କଲେ ଟୁର୍ନାମେଣ୍ଟରୁ ବାଦ ପଡ଼ିବ ଟିମ ଇଣ୍ଡିଆ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦମ୍ଦାର ପ୍ରଦର୍ଶନ କରି ଶତକ ହାସଲ କରିଛନ୍ତି ଆର୍ଯ୍ୟବୀର। ଓପନିଂ କରିବାକୁ ଆସିଥିବା ଆର୍ଯ୍ୟବୀର ୧୩୧ଟି ବଲରେ ୧୩ଟି ଚୌକା ଓ ୨ଟି ଛକା ସହ ନିଜ ଶତକ ପୂରଣ କରିଛନ୍ତି।

ପ୍ରଥମ ବଲରେ ହିଁ ସେ ଶାନ୍ତ ଓ ସଂଯମ ଦେଖାଇଥିଲେ। ପିଚକୁ ସ୍ଥିତିକୁ ବୁଝି ଖେଳିବା ସହ ଆର୍ଯ୍ୟବୀର ନିଜ ଶତକ ପୂରଣ କରିଥିଲେ। ଦଳର ସ୍କୋର ୬୨ ରନ ହୋଇଥିବା ବେଳେ ପ୍ରଥମ ଉଇକେଟ୍‌ ପତନ ହୋଇଥିଲା। ଅଧିନାୟକ ଲକ୍ଷ୍ୟ ରାଜେଶ ରାୟଚନ୍ଦାନୀ ୧୭ ରନ କରି ଆଉଟ ହୋଇଥିଲେ। ପ୍ରଥମ ୱିକେଟ ପତନ ପରେ ମଧ୍ୟ ଆର୍ଯ୍ୟବୀର ଧୈର୍ଯ୍ୟ ହରାଇ ନଥିଲେ। ସେ ଧୀରେ ଧୀରେ ପରିସ୍ଥିତି ଅନୁଯାୟୀ ନିଜ ଇନିଂସକୁ ଆଗକୁ ବଢ଼ାଇଥିଲେ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button