ଜିଲ୍ଲାରାଜ୍ୟ

କଲେଜ ନାମଲେଖା ନାଁରେ ସାଇବର ଠକେଇ; ଅଭିଯୁକ୍ତ ଗିରଫ

ରେଙ୍ଗାଲିକ୍ୟାମ୍ପ : କଲେଜରେ ନାମଲେଖା ବାବଦକୁ ଅର୍ଥ ଠକେଇ କରୁଥିବା ଜଣେ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅତାବିରା ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ତଳପଙ୍ଗା ଗ୍ରାମର ପବିତ୍ର ନାଏକ(୨୦)। ଅଭିଯୁକ୍ତ ପବିତ୍ର ଜଣେ ଇଞ୍ଜିନିୟରିଂ କଲେଜର ମାର୍କେଟିଂ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲା। ଏହି ସୁଯୋଗରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମୋବାଇଲ ନମ୍ବର ସଂଗ୍ରହ କରୁଥିଲା। ନିଜ ନାମରେ ୧୮ଟି ସିମ୍ କାର୍ଡ ଜାରି କରି ସେ କଲେଜ ପ୍ରିନ୍ସିପାଲ କିମ୍ବା କ୍ଲର୍କଙ୍କ ନାମରେ କ୍ୟୁଆର୍ ସ୍କାନର ପଠାଇ ନାମଲେଖା ବାତିଲ ହୋଇଯିବାର ଭୟ ଦେଖାଇ ଟଙ୍କା ମାଗୁଥିଲା। କୁଲୁଣ୍ଡା ଗ୍ରାମର ପ୍ରେମାନନ୍ଦ ସିଂହଙ୍କୁ ଲରମ୍ଭା କଲେଜ ପ୍ରିନ୍ସିପାଲଙ୍କ ସ୍କାନର ଦେଇ ନାମଲେଖା ପାଇଁ ୮,୫୩୫ ଟଙ୍କା ଠକି ନେଇଥିଲା। ଏନେଇ ଅଭିଯୋଗ ହେବା ପରେ ଅତାବିରା ଥାନାରେ ମାମଲା ନଂ୨୪୪/୨୦୨୬ ରୁଜୁ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ବରଗଡ଼ ଜିଲ୍ଲାର ବହୁ ଛାତ୍ରଙ୍କୁ ଠକିଛି ଏବଂ ସେ ବରଗଡ଼ ସାଇବର ଥାନା ମାମଲା ନଂ ୦୭/୨୦୨୬ର ମୁଖ୍ୟ ଅଭିଯୁକ୍ତ। ସେହିପରି କମଗା କଲେଜରେ ଆଡମିଶନ ନାଁରେ କେଦାରନାଥ ରାଣା ଓ ନିତେଇ ପାଲଙ୍କଠାରୁ ୨୦,୦୦୦ ଟଙ୍କା ଲେଖାଏଁ ଠକିଥିବା ଜଣାପଡ଼ିଛି।
ଅଭିଯୁକ୍ତ ନିକଟରୁ ୧୦ ଟି ସିମ୍ କାର୍ଡ ,୨ଟି ମୋବାଇଲ୍ ଫୋନ୍ ,୩ଟି ବ୍ୟାଙ୍କ ଚେକ୍ ବୁକ୍ ( ଡିସିବି ବ୍ୟାଙ୍କ୍, ଆଇଡିଏଫସି ବ୍ୟାଙ୍କ୍ ଓ ଆଇସିଆଇସି ବ୍ୟାଙ୍କ୍) ଆଦି ଜବତ କରିଛି। ଅଭିଯୁକ୍ତ ନାମରେ କେସ ରୁଜୁ କରି ପୁଲିସ ତାକୁ କୋର୍ଟ ଚାଲାଣ କରିଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button