୧୯ରେ ରାଷ୍ଟ୍ରପତି, ୨୦ରେ ମୟୁରଭଞ୍ଜ ଆସିବେ ପ୍ରଧାନମନ୍ତ୍ରୀ, ପୂରା ଜିଲ୍ଲାରେ ଖୁସିର ମାହୋଲ

ଭୁୂବନେଶ୍ୱର: ଆସନ୍ତା ଜୁନ ୨୦ ତାରିଖରେ ମୟୁରଭଞ୍ଜ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୁରଭଞ୍ଜ ରାଇରଙ୍ଗପୁର ଆସିବା ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମ୍ପୂର୍ଣ ରୂପରେଖ ପ୍ରସ୍ତୁତ ହେଉଛି। ଖୁବଶୀଘ୍ର ଚୂଡାନ୍ତ ଗସ୍ତସୂଚୀ ଜଣାପଡିବ ବୋଲି ସେ କହିଛନ୍ତି।
ବିଭିନ୍ନ ବିକାଶମୂଳକ ପ୍ୟାକେଜ ସହିତ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏହି ସମ୍ଭାବ୍ୟ ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ପ୍ରାରମ୍ଭିକ ସୂଚନା ମିଳିଥିବା କୁହାଯାଇଛି । ତେବେ ଗସ୍ତର ଚୂଡ଼ାନ୍ତ ସୂଚୀ ଏପର୍ଯ୍ୟନ୍ତ ଆସିନାହିଁ ।
ଅନ୍ୟପଟେ, ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରାଇରଙ୍ଗପୁର ଆସିବେ ବୋଲି ସୂଚନା ମିଳିଛି । ଉଭୟ ଭିଭିଆଇପି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ।
ସୌଜନ୍ୟ Prameya News7




