ଦେଶ ବିଦେଶ
Major disaster at Mahendragiri: ମହେନ୍ଦ୍ରଗିରିରେ ବଡ଼ ବିପର୍ଯ୍ୟୟ: ୫ ସ୍ଥାନରେ ଭୂସ୍ଖଳନ, ଗଙ୍ଗାବାଡ଼ ବିଚ୍ଛିନ୍ନ
ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ପ୍ରବଳ ବର୍ଷା ରାୟଗଡ଼ ବ୍ଲକ୍ ପାଇଁ ବଡ଼ଧରଣର ବିପର୍ଯ୍ୟୟ ଆଣିଛି। ପାହାଡ଼ ଉପରୁ ପ୍ରଖର ଜଳସ୍ରୋତ ମାଡ଼ି ଆସିବା ଫଳରେ ରାୟଗଡ଼ ବ୍ଲକ୍ର ଅନେକ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ହୋଇଛି।

ପାରଳାଖେମୁଣ୍ଡି: ବାତ୍ୟା ପ୍ରଭାବରେ ଗଜପତିଜିଲ୍ଲାମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ପ୍ରବଳ ବର୍ଷା ରାୟଗଡ଼ ବ୍ଲକ୍ ପାଇଁ ବଡ଼ଧରଣର ବିପର୍ଯ୍ୟୟ ଆଣିଛି। ପାହାଡ଼ ଉପରୁ ପ୍ରଖର ଜଳସ୍ରୋତ ମାଡ଼ି ଆସିବା ଫଳରେ ରାୟଗଡ଼ ବ୍ଲକ୍ର ଅନେକ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ହୋଇଛି। ଗଙ୍ଗାବାଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା କଇଁପୁର-ଗଙ୍ଗାବାଡ଼ ରାସ୍ତାର ମୋଟ ୫ଟି ସ୍ଥାନରେ ପାହାଡ଼ ଧସି ମାଟି ଓ ପଥର ରାସ୍ତା ଉପରେ ଜମି ରହିଛି। ଗଙ୍ଗାବାଡ଼ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ଗୋଟିଏ ସ୍ଥାନରେ ମାଟି ଅତଡ଼ାକୁ ପ୍ରଶାସନ ପକ୍ଷରୁ ସଫା କରାଯାଇଥିଲେ ମଧ୍ୟ ଅନ୍ୟ ସ୍ଥାନଗୁଡ଼ିକରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇ ରହିଛି।
ସୌଜନ୍ୟ ସମ୍ବାଦ




