ଜାତୀୟ

କୋର୍ଟରେ ସିଙ୍ଗାପୁର ପୋଲିସର ଯୁକ୍ତି, ‘ପ୍ରବଳ ମଦ୍ୟପାନ କରିଥିଲେ ଜୁବୀନ ଗର୍ଗ, ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ମନା କରିଥିଲେ’

ସେପ୍ଟେମ୍ବର ୨୦୨୫ରେ ଜୁବୀନ୍ ଗର୍ଗଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା । ହଜାର ହଜାର ପ୍ରଶଂସକ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

ନୂଆଦିଲ୍ଲୀ: ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ସିଙ୍ଗାପୁର ପୋଲିସ ଏବେ କୋର୍ଟକୁ କହିଛି ଯେ, ଜୁବୀନ ମଦ୍ୟପାନ କରିଥିଲେ ଏବଂ ସେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ମନା କରିଥିଲେ।

ସେପ୍ଟେମ୍ବର ୨୦୨୫ରେ ଜୁବୀନ୍ ଗର୍ଗଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା । ହଜାର ହଜାର ପ୍ରଶଂସକ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

ନ୍ୟୁଜ୍ ଏସିଆ ଅନୁଯାୟୀ ସିଙ୍ଗାପୁର କୋର୍ଟରେ ଏକ ଶୁଣାଣି ସମୟରେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ, ଜୁବୀନ୍ ପ୍ରଥମେ ଏକ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ । କିନ୍ତୁ ପରେ ଏହାକୁ କାଢ଼ି ଦେଇଥିଲେ। ଯେତେବେଳେ ତାଙ୍କୁ ଆଉ ଏକ ଲାଇଫ୍ ଜ୍ୟାକେଟ୍ ଦିଆଯାଇଥିଲା, ସେ ମନା କରିଦେଇଥିଲେ। ଜୁବୀନ୍ ଗର୍ଗ ସେତେବେଳେ ବହୁତ ନିଶାଗ୍ରସ୍ତ ଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଜୁବୀନଙ୍କୁ ୟାଟ୍ ପାଖକୁ ପହଁରି ଫେରିବାକୁ ଚେଷ୍ଟା କରୁଥିବାର ଦେଖିଲେ । କିନ୍ତୁ ତାଙ୍କର ହାତଗୋଡ଼ କାମ କରିବା ବନ୍ଦ କରିଦେଇଥିଲା । ଶେଷରେ ସେ ବୁଡ଼ିଗଲେ ।

ତଦନ୍ତ ଅଧିକାରୀ କହିଛନ୍ତି, ଜୁବୀନଙ୍କୁ ତୁରନ୍ତ ୟାଟ୍ ଉପରକୁ ଅଣାଯାଇଥିଲା । ତାଙ୍କୁ CPR ଦିଆଯାଇଥିଲା, କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଜୁବୀନ୍ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ଏବଂ ଶେଷ ଥର ପାଇଁ ୨୦୨୪ରେ ସେ ବେହୋସ ହୋଇଯାଇଥିଲେ। ଜୁବୀନଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ଥିବା ଅଭିଯୋଗକୁ ସିଙ୍ଗାପୁର ପୋଲିସ ଖାରଜ କରିଦେଇଛି ।

ସେପଟେ ସିଙ୍ଗାପୁର ପୋଲିସ କହିଛି, ୟାଟରେ ଜୁବୀନଙ୍କ ସହ ୨୦ରୁ ଅଧିକ ଲୋକ ଥିଲେ । ସେମାନେ ଖାଦ୍ୟ ଏବଂ ମଦ୍ୟପାନ ସାଙ୍ଗରେ ନେଇଥିଲେ । ଏପରିକି ଜୁବୀନ ମଦ୍ୟପାନ କରୁଥିବାର ମଧ୍ୟ ଭିଡିଓ ଦେଖିବାକୁ ମିଳିଛି। ସେ ବହୁତ ମଦ୍ୟପାନ କରିଥିଲେ ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଥିବା ନେଇ ପୋଲିସ କୋର୍ଟରେ କହିଛି ।

ସୂଚନାଯୋଗ୍ୟ, ଆସାମର ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁକୁ ନେଇ ବହୁ ଆଶଙ୍କା ପ୍ରକାଶ ପାଇଥିଲା। ସିଙ୍ଗାପୁରରେ ସ୍କୁବା ଡାଇଭିଂ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର ପ୍ରଶଂସକମାନେ ଏକଥାକୁ ସହଜରେ ଗ୍ରହଣ କରିପାରିନଥିଲେ । ଫଳରେ ରାଜ୍ୟ ସରକାର ମାମଲା ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସିଆଇଡି ଏହି ମାମାଲାରେ ତଦନ୍ତ କରୁଥିଲା । ସିଆଇଡି ପ୍ରାୟ ୧୫ ହଜାର ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଥିଲା ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button