ରାଜ୍ୟ

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର ଟଙ୍କାର ମୋଟା ଜରିମାନା କମିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ଘୋଷଣା କରିଛନ୍ତି। ୧୦ ହଜାର ଟଙ୍କାରୁ କମାଇ ଏବେ ୬ ହଜାର କରାଯାଇଛି। ପ୍ରଥମ ଥର ନିୟମ ଭାଙ୍ଗିଲେ ବାଇକ ପାଇଁ ହଜାରେ ଏବଂ ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ବାଇକ ପାଇଁ ୨ ହଜାର ଟଙ୍କା ଫାଇନ୍‌ ପଡ଼ିବ। ସେହିପରି ତିନି ଚକିଆ ଗାଡି ନିୟମ ଭାଙ୍ଗିଲେ ହଜାରେ, ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ୨ ହଜାର ତଣ୍ଡ ଗଣିବେ। ମୋଟର କ୍ୟାବ୍‌ ଓ ଜିପ୍‌ ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ୫ ହଜାର ଟଙ୍କା ଫାଇନ୍‌ ଦେବେ। ଏହା ସହିତ ଟ୍ରାକ୍ଟର , ଟ୍ରେଲର ପ୍ରଥମ ଥର ନିୟମ ଭାଙ୍ଗିଲେ ୨ ହଜାର ଫାଇନ୍‌ ପଡିବ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button