ବିଶେଷ

ଗୋଟିଏ କୋଠାରେ ୨୦ ହଜାର ବାସିନ୍ଦା

ଚୀନ୍‌ରେ ଏକ ବିଶାଳ ଆବାସିକ କୋଠା ଏହାର ଅବିଶ୍ୱସନୀୟ ଆକାର ଏବଂ ଅନନ୍ୟ ଡିଜାଇନ୍ ପାଇଁ ଦୃଷ୍ଟି ଆକର୍ଷଣ କରୁଛି। ‘ରିଜେଣ୍ଟ ଇଣ୍ଟରନ୍ୟାସନାଲ୍’ ଭାବରେ ଜଣାଶୁଣା, କିଆନଜିଆଙ୍ଗ୍ ସେଞ୍ଚୁରି ସିଟିର ଏହି କୋଠାଟି ପ୍ରଥମେ....

ଚୀନ୍‌ରେ ଏକ ବିଶାଳ ଆବାସିକ କୋଠା ଏହାର ଅବିଶ୍ୱସନୀୟ ଆକାର ଏବଂ ଅନନ୍ୟ ଡିଜାଇନ୍ ପାଇଁ ଦୃଷ୍ଟି ଆକର୍ଷଣ କରୁଛି। ‘ରିଜେଣ୍ଟ ଇଣ୍ଟରନ୍ୟାସନାଲ୍’ ଭାବରେ ଜଣାଶୁଣା, କିଆନଜିଆଙ୍ଗ୍ ସେଞ୍ଚୁରି ସିଟିର ଏହି କୋଠାଟି ପ୍ରଥମେ ଏକ ବିଳାସପୂର୍ଣ୍ଣ ହୋଟେଲ ଭାବରେ ଡିଜାଇନ୍ ହୋଇଥିଲା। କିନ୍ତୁ ପରେ ଏହା ଏକ ବିଶାଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ପରିଣତ ହୋଇଥିଲା, ଯାହା ବିଶ୍ୱର ସର୍ବବୃହତ୍‌ ଆପାର୍ଟମେଣ୍ଟ ବିଲ୍‌ଡିଂ ଭାବରେ ବିବେଚିତ।

୬୭୫ ଫୁଟ ଉଚ୍ଚର ଏହି ବିଲ୍‌ଡିଂରେ ସମୁଦାୟ ୧.୪୭ ନିୟୁତ ବର୍ଗମିଟର ଜାଗା ଅଛି। ଏହାର ୩୯ଟି ମହଲାରେ ୨୦ ହଜାରରୁ ଅଧିକ ବାସିନ୍ଦା ଅଛନ୍ତି। ଏହି ବିଲ୍‌ଡିଂରେ ସମୁଦାୟ ୩୦ ହଜାର ଲୋକ ରହିପାରିବେ। ଏହି ଆପାର୍ଟମେଣ୍ଟର ପରିସରକୁ ଏକ ଛୋଟ ସହର ଭଳି ବିକଶିତ କରାଯାଇଛି। ଏଠାରେ ସପିଂ ମଲ୍‌, ରେସ୍ତୋଁରା ଠାରୁ ଆରମ୍ଭ କରି ଡାକ୍ତରଖାନା ଏବଂ ବିଦ୍ୟାଳୟ ପର୍ଯ୍ୟନ୍ତ ରହିଛି। ଏହା ସହିତ ଫିଟ୍‌ନେସ୍ ସେଣ୍ଟର, ଗ୍ରୋସରି ଷ୍ଟୋର୍, ସେଲୁନ୍, ଫୁଡ୍ କୋର୍ଟ, ଇନ୍‌ଡୋର୍‌ ସୁଇମିଂ ପୁଲ୍ ମଧ୍ୟ ଅଛି।

୨୦୧୩ରେ ଏହାର ଉଦ୍‌ଘାଟନ ପରଠାରୁ ଏହା ଅନେକ ପ୍ରଫେସନାଲ ଓ ଉଦ୍ୟୋଗୀମାନଙ୍କୁ ଆକର୍ଷିକ କରି ଆସଛି। ଏଠାରେ ବହୁ ସଂଖ୍ୟାରେ ପରିବାର ବାସ କରୁଥିବା ବେଳେ ଝରକା ନଥିବା ଛୋଟ କୋଠରିଗୁଡ଼ିକର ଭଡ଼ା ମାସକୁ ପ୍ରାୟ ୨୦୯ ଡଲାରରୁ ଆରମ୍ଭ ହେଉଥିବାବେଳେ ବଡ଼ ଆପାର୍ଟମେଣ୍ଟର ଭଡ଼ା ପ୍ରାୟ ୫୫୮ ଡଲାର। ଜନସଂଖ୍ୟା ଦୃଷ୍ଟିରୁ ଏହା ସର୍ବବୃହତ୍‌ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ, କିନ୍ତୁ ଏହା ଉଚ୍ଚତମ ଆବାସିକ କୋଠା ନୁହେଁ। ନ୍ୟୁୟର୍କର ସେଣ୍ଟ୍ରାଲ୍‌ ପାର୍କ ଟାଵାର୍‌ ହେଉଛି ସେହି ରେକର୍ଡର ଅଧିକାରୀ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button