ଜାତୀୟ

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ଆଜି ପୁଣି ବଢ଼ିଲା CNG ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୯।୮: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦେଶରେ ଲଗାତାର ବଢ଼ୁଥିବା ଦର ମଧ୍ୟରେ IGL ପୁଣିଥରେ CNG ଦର ବଢ଼ାଇଛି। ଦିଲ୍ଲୀରେ CNG ଦର ପ୍ରତି କିଲୋଗ୍ରାମରେ ୩ ଟଙ୍କା ୮୯ ପଇସା ବୃଦ୍ଧି ପାଇଛି।

ଏହା ଚଳିତ ବର୍ଷର ପ୍ରଥମ CNG ଦର ବୃଦ୍ଧି ନୁହେଁ। ଗତ ଚାରି ମାସ ମଧ୍ୟରେ ଦିଲ୍ଲୀ-NCR ଅଞ୍ଚଳରେ CNG ଦର ପ୍ରାୟ ୧୦ ଟଙ୍କା ପ୍ରତି କିଲୋଗ୍ରାମ ବଢ଼ିଛି। ଏହି ସମୟ ମଧ୍ୟରେ ମୋଟ ପାଞ୍ଚଥର CNG ଦର ବୃଦ୍ଧି କରାଯାଇଛି।

ଯୁଦ୍ଧ ଆରମ୍ଭ ହେବା ପରେ ୧୫ ମେରେ ପ୍ରଥମଥର CNG ଦର ବଢ଼ିଥିଲା। ସେତେବେଳେ IGL ପ୍ରତି କିଲୋଗ୍ରାମରେ ୨ ଟଙ୍କା ବୃଦ୍ଧି ଘୋଷଣା କରିଥିଲା। ଏହା ପରେ ୧୭ ମେ, ୨୩ ମେ ଏବଂ ୨୬ ମେରେ ମଧ୍ୟ ପର୍ଯ୍ୟାୟକ୍ରମେ CNG ଦର ବଢ଼ାଯାଇଥିଲା।

ବିଶେଷ କଥା ହେଉଛି, ୧୭ ମେରୁ ୨୬ ମେ ମଧ୍ୟରେ ମାତ୍ର ୧୦ ଦିନରେ CNG ଦର ୬ ଟଙ୍କା ପ୍ରତି କିଲୋଗ୍ରାମ ବଢ଼ିଥିଲା। ବାରମ୍ବାର CNG ଦର ବୃଦ୍ଧି ଯୋଗୁ ଦିଲ୍ଲୀ-NCRରେ ଗାଡ଼ି ଚଳାଉଥିବା ଲୋକଙ୍କ ଖର୍ଚ୍ଚ ବଢ଼ିବା ସହିତ ସାଧାରଣ ଲୋକଙ୍କ ଉପରେ ମଧ୍ୟ ମହଙ୍ଗାର ଚାପ ବଢ଼ିଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button