ବାଣିଜ୍ୟ

ଘରଭଡ଼ା ଏତେ ତ ଖର୍ଚ୍ଚ କେତେ? ମୁମ୍ବାଇରେ କେତେ ରୋଜଗାର କରିବ JP Morgan… ଭାବନ୍ତୁ ହିସାବ କରନ୍ତୁ

ଭାରତର ସବୁଠୁ ବଡ଼ ଘରଭଡ଼ା ଡିଲ, ଜାଣନ୍ତୁ ୨.୭୧ ଲକ୍ଷ ସ୍କୋୟାରଫୁଟ ପାଇଁ ମାସିକ ଭଡ଼ା ୯.୨୩ କୋଟି ଟଙ୍କାରୁ ମଧ୍ୟ ଅଧିକ ଓ ଏଥି ପାଇଁ ମୋଟ ସିକ୍ୟୁରିଟି ଡିପୋଜିଟ ରୂପେ ୫୫ କୋଟିରୁ ଅଧିକ ଦିଆଯାଇଛି।

ମୁ୍ମ୍ବାଇ ୧୨।୧: ସିଆରଇ ମେଟ୍ରିକ୍ସ ଦ୍ୱାରା ପ୍ରାପ୍ତ ସମ୍ପତ୍ତି ପଞ୍ଜିକରଣ ଡକ୍ୟୁମେଣ୍ଟ ଅନୁସାରେ ଜେପି ମୋର୍ଗନ ସର୍ଭିସେସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ମୁମ୍ବାଇର ପବଇ ଅଞ୍ଚଳରେ ୨.୭୧ ଲକ୍ଷରୁ ଅଧିକ ବର୍ଗଫୁଟ କମର୍ସିଆଲ ଅଫିସ ସ୍ପେସ୍ କୁ ୫ ବର୍ଷ ନିମନ୍ତେ ମୋଟ ୬୧୨ କୋଟି ଟଙ୍କା ଭଡାରେ ପଟ୍ଟା କରିଛି। ୱାନ ଡାଉନଟାଉନ ସେଣ୍ଟ୍ରାଲ (ଯାହା ପୂର୍ବରୁ କ୍ରିସିଲ ହାଉସ୍ ରୂପେ ଜଣାଯାଉଥିଲା)ରେ ଥିବା ଏହି କାର୍ଯ୍ୟାଳୟ ତୃତୀୟରୁ ୯ ମହଲା ପର୍ଯ୍ୟନ୍ତ ବ୍ୟାପିଛି।

ଡକ୍ୟୁମେଣ୍ଟ ଅନୁସାରେ ପଟ୍ଟା ବୁଝାମଣାରେ କୋୱାର୍କର ପ୍ରାଇଭେଟ ଲିମିଟେଡ ମଧ୍ୟ ସଂଯୁକ୍ତ ଅଛି। କୋୱାର୍କର୍ସ ପ୍ରାଇଭେଟ ଲିମିଟେଡ ଏହି ସଂସ୍ଥାର ମ୍ୟାନେଜମେଣ୍ଟ ଦାୟିତ୍ୱ ତୁଲାଇଥାଏ। ସେହିପରି ଜେପି ମୋର୍ଗାନ ଭଡାଟିଆ ଭାବେ ଓ ସମ୍ପତ୍ତି ମାଲିକ କାଇରୋସ ପ୍ରପର୍ଟି ପ୍ରାଇଭେଟ ଲିମିଟେଡ (ବ୍ରୁକ ଫିଲ୍ଡ ପ୍ରପର୍ଟିଜ ନାମରେ ମଧ୍ୟ ଜଣାଯାଏ) ସହ ବୁଝାମଣା ହୋଇଛି। ୬୦ ମାସ ନିମନ୍ତେ କାର୍ଯ୍ୟାଳୟ ସ୍ଥାନ ପଟ୍ଟାରେ ଦିଆଯାଇଛି। ଏଥିରେ ୩୦ ମାସର ଲକ୍ଇନ୍ ସମୟ ମଧ୍ୟ ରହିଛି। ଏହାର ପ୍ରାରମ୍ଭିକ ମାସିକ ଭଡ଼ା ୯.୨୩ କୋଟି ଟଙ୍କାରୁ ମଧ୍ୟ ଅଧିକ ଓ ଏଥି ପାଇଁ ମୋଟ ସିକ୍ୟୁରିଟି ଡିପୋଜିଟ ରୂପେ ୫୫ କୋଟିରୁ ଅଧିକ ଦିଆଯାଇଛି।

ବୁଝାମଣା ଅନୁସାରେ ପ୍ରାରମ୍ଭିକ ୬୦ ମାସ ଅବଧି ସମାପ୍ତ ହେବା ପରେ ପଟ୍ଟାକୁ ଅତିରିକ୍ତ ୬୦ ମାସ ନିମନ୍ତେ ନବୀକରଣ କରିବାର ପ୍ରାବଧାନ ମଧ୍ୟ ରହିଛି। କାଗଜପତ୍ର ଅନୁସାରେ କାର୍ଯ୍ୟାଳୟ ସ୍ଥାନର ମାସିକ ଭଡ଼ା ପ୍ରତିବର୍ଷ ୫% ହାରରେ ବଢିବ। ଏହି ଡକ୍ୟୁମେଣ୍ଟ ୨୯ ଡିସେମ୍ବର ୨୦୨୫ରେ ରେଜିଷ୍ଟର୍ଡ ହୋଇଛି। କାଗଜପତ୍ର ଅନୁସାରେ ଏହି ନେଣଦେଣ ପାଇଁ ପଟ୍ଟା ଆରମ୍ଭ ହେବାର ତାରିଖ ୧ ଏପ୍ରିଲ ୨୦୨୬ ଓ ନେଣଦେଣ ନିମନ୍ତେ ୭ କୋଟିରୁ ଅଧିକ ଷ୍ଟାମ୍ପ ଶୁଳ୍କ ଏବଂ ୩୦ ହଜାର ଟଙ୍କାର ରେଜିଷ୍ଟ୍ରେସନ ଶୁଳ୍କ ପୈଠ କରାଯାଇଛି। ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ଜେପି ମୋର୍ଗାନକୁ କମର୍ସିଆଲ ଅଫିସ ସ୍ପେସ୍ ନିମନ୍ତେ ସ୍ଥାନ ସହିତ ୩୧୨ କାର ପାର୍କିଂ ସ୍ଥାନ ମଧ୍ୟ ପଟ୍ଟାରେ ଦିଆଯାଇଛି।

ତେବେ ପ୍ରପଷ୍ଟେକ୍ ଦ୍ୱାରା ପ୍ରାପ୍ତ ଡକ୍ୟୁମେଣ୍ଟରୁ ଜଣାପଡେ ଯେ ଜେପି ମୋର୍ଗାନ ପ୍ରାଇଭେଟ ଲିମିଟେଡ ଜୁନ ୨୦୨୫ରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ଥିବା ଜାପାନୀ ଫାର୍ମ ସୁମିତୋମୋ ରିୟଲ୍ଟି ଆଣ୍ଡ ଡେଭଲପମେଣ୍ଟ କମ୍ପାନୀର ସହାୟକ କମ୍ପାନୀର ଗୋଇସୁ ରିୟଲ୍ଟି ପ୍ରାଇଭେଟ ଲିମିଟେଡ ଦ୍ୱାରା ବିକଶିତ କରାଯାଉଥିବା ଏକ କମର୍ସିଆଲ ଟାୱାରରେ ୧.୧୬ଲକ୍ଷ କ୍ଷେତ୍ରଫଳକୁ ୬.୯୧ କୋଟି ଟଙ୍କା ମାସିକ ଭଡ଼ାରେ ନେବା ପାଇଁ ଖବରରେ ଥିଲା।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button