ଖେଳ

ଚର୍ଚ୍ଚାରେ ଅର୍ଶଦୀପଙ୍କ ପ୍ରଥମ ଓଭର

ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ବୋଲିଂ ଚର୍ଚ୍ଚାରେ ରହିଛି। ସେ ଏପରି ଏକ ରେକର୍ଡ କରିଛନ୍ତି, ଯାହାକୁ ସେ ଭୁଲିଯିବାକୁ ଚାହିଁବେ। ନ୍ୟୁଜିଲାଣ୍ଡ୍ ବ୍ୟାଟିଂ ସମୟରେ ସେ ଭାରତ ପକ୍ଷରୁ ବୋଲିଂ ଆରମ୍ଭ କରିଥିଲେ। ପ୍ରଥମ ଓଭରରେ ତାଙ୍କୁ ନ୍ୟୁଜିଲାଣ୍ଡ୍ ବ୍ୟାଟର ନିର୍ଘାତ ପ୍ରହାର କରିଥିଲେ।

ରାୟପୁରରାୟପୁରର ସହିଦ ବୀରନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଶୁକ୍ରବାର ଖେଳାଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟର ଇଶାନ କିଶନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛି। ଭାରତ ମାତ୍ର ୬ ରନରେ ୨ଟି ଓ୍ବିକେଟ୍ ହରାଇ ସଂଘର୍ଷ କରୁଥିବାବେଳେ ଇଶାନ ଓ ସୂର୍ଯ୍ୟଙ୍କ ନିର୍ଘାତ ପ୍ରତିଆକ୍ରମଣ ନ୍ୟୁଜିଲାଣ୍ଡ୍ ହାତରୁ ମ୍ୟାଚ୍ ଛଡ଼ାଇନେଇଥିଲା। ଉଭୟ ମାତ୍ର ୮ ଓଭରରେ ୧୨୨ ରନ ଯୋଡ଼ିବା ପରେ ଭାରତର ବିଜୟ ସହଜ ହୋଇଯାଇଥିଲା। ଆଗାମୀ ବିଶ୍ବକପ ପୂର୍ବରୁ ସୂର୍ଯ୍ୟକୁମାର ଓ ଇଶାନ ଲୟକୁ ଫେରିବା ଭାରତୀୟ ଦଳ ପାଇଁ ଏକ ଶୁଭସୂଚନା।

ଅର୍ଶଦୀପ ସିଂଙ୍କ ବୋଲିଂ ଚର୍ଚ୍ଚାରେ ରହିଛି

କିନ୍ତୁ ଏସବୁ ମଧ୍ୟରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ବୋଲିଂ ଚର୍ଚ୍ଚାରେ ରହିଛି। ସେ ଏପରି ଏକ ରେକର୍ଡ କରିଛନ୍ତି, ଯାହାକୁ ସେ ଭୁଲିଯିବାକୁ ଚାହିଁବେ। ନ୍ୟୁଜିଲାଣ୍ଡ୍ ବ୍ୟାଟିଂ ସମୟରେ ସେ ଭାରତ ପକ୍ଷରୁ ବୋଲିଂ ଆରମ୍ଭ କରିଥିଲେ। ପ୍ରଥମ ଓଭରରେ ତାଙ୍କୁ ନ୍ୟୁଜିଲାଣ୍ଡ୍ ବ୍ୟାଟର ନିର୍ଘାତ ପ୍ରହାର କରିଥିଲେ। ଏହି ଓଭରରେ ସେ ୩ଟି ଚୌକା ଓ ଗୋଟିଏ ଛକା ସହ ମୋଟ ୧୮ ରନ କରିଥିଲେ। ଏହା ଟ୍ବେଣ୍ଟି-୨୦ରେ କୌଣସି ଭାରତୀୟ ବୋଲରଙ୍କ ଦ୍ବାରା କରାଯାଇଥିବା ସବୁଠାରୁ ମହଙ୍ଗା ପ୍ରଥମ ଓଭର। ତେବେ ୨୦୨୨ରେ ଭାରତୀୟ ବୋଲର ଭୁବନେଶ୍ବର କୁମାର ମଧ୍ୟ ଆୟର୍ଲାଣ୍ଡ ବିରୋଧରେ ପ୍ରଥମ ଓଭରରେ ୧୮ ରନ ଦେଇଥିଲେ। କିନ୍ତୁ ତାହା ମ୍ୟାଚର ପ୍ରଥମ ଓଭର ନଥିଲା। ଭାରତ ଦ୍ବାରା ରଖାଯାଇଥିବା ଲକ୍ଷ୍ୟର ପିଛା କରିବାବେଳେ ଆୟର୍ଲାଣ୍ଡର ବ୍ୟାଟର ପଲ୍ ଷ୍ଟର୍ଲିଂ ଗୋଟିଏ ଓଭରରେ ୧୮ ରନ କରିଥିଲେ।

ପ୍ରଥମ ଓଭରରେ ୧୮ ରନ ଦେବା ପରେ ଅର୍ଶଦୀପ ପୁଣି ୩ୟ ଓଭର ବୋଲିଂ କରିବାକୁ ଆସିଥିଲେ। ସେହି ଓଭରରେ ବି ସେ ୧୮ ରନ ଦେଇଥିଲେ। ତାଙ୍କୁ ନ୍ୟୁଜିଲାଣ୍ଡର ଓ୍ବିକେଟ୍-କିପର ବ୍ୟାଟର୍ ଟିମ ସେଫର୍ଡ ପ୍ରହାର କରି ୧୮ ରନ ସଂଗ୍ରହ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button