ଚେନ୍ନାଇ ସୁପର କିଙ୍ଗସର କୋଚ୍ ହେବେ ଧୋନୀ ! CSKର ସିକ୍ରେଟ୍ ପ୍ଲାନ୍ କହିଦେଲେ ପୂର୍ବତନ ଖେଳାଳି
ଅଶ୍ୱିନ୍ କହିଛନ୍ତି ଯେ, ଷ୍ଟିଫେନଙ୍କୁ ବାଦ୍ ଦେଇ ସିଏସକେ ଆଗକୁ ଭାବିବା ଦରକାର । ଦଳକୁ ନୂଆ ଦିଗକୁ ନେଲା ଭଳି ଦକ୍ଷତା ରଖିଥିବା କୋଚଙ୍କ ଆବଶ୍ୟକତା ରହିଛି । ଫ୍ଲେମିଂ ସିଏସକେ ସହ ଆଉ ରହିବେ ନାହିଁ ବୋଲି କହି ସାରିଛନ୍ତି । ସେ ସଫଳ କୋଚ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ସମୟରେ ଦଳ ଅନେକ ସଫଳତା ପାଇଛି । ଏବେ କିନ୍ତୁ ମହେନ୍ଦ୍ର ସିଂ ଧୋନୀ ହିଁ ଦଳ ପାଇଁ ସବୁଠୁ ଭଲ କୋଚ୍ ହୋଇପାରିବେ । ସିଏସକେକୁ ଧୋନୀ ଭଲ ଭାବେ ବୁଝିଛନ୍ତି । ତାଙ୍କ ପାଖରେ କୋଚ୍ ହେବାର ସମସ୍ତ ଯୋଗ୍ୟତା ରହିଛି ।

ନୂଆଦିଲ୍ଲୀ, ୧୬|୦୭: ଚେନ୍ନାଇ ସୁପର କିଙ୍ଗସର କୋଚ୍ ପଦ ଛାଡିଛନ୍ତି ଷ୍ଟିଫେନ୍ ଫ୍ଲେମିଂ । ସେ ଏବେ ଆଉ ଦଳ ସହ ରହିବେ ନାହିଁ । ତେଣୁ ତାଙ୍କ ଜାଗାରେ ନୂଆ କୋଚ୍ ଖୋଜା ଚାଲିଛି । କିଏ ସିଏସକେର ପରବର୍ତ୍ତୀ କୋଚ୍ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବତନ ବୋଲର ଆର ଅଶ୍ୱିନ ବଡ଼ କଥା କହିଛନ୍ତି ।
ଅଶ୍ୱିନ୍ କହିଛନ୍ତି ଯେ, ଷ୍ଟିଫେନଙ୍କୁ ବାଦ୍ ଦେଇ ସିଏସକେ ଆଗକୁ ଭାବିବା ଦରକାର । ଦଳକୁ ନୂଆ ଦିଗକୁ ନେଲା ଭଳି ଦକ୍ଷତା ରଖିଥିବା କୋଚଙ୍କ ଆବଶ୍ୟକତା ରହିଛି । ଫ୍ଲେମିଂ ସିଏସକେ ସହ ଆଉ ରହିବେ ନାହିଁ ବୋଲି କହି ସାରିଛନ୍ତି । ସେ ସଫଳ କୋଚ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ସମୟରେ ଦଳ ଅନେକ ସଫଳତା ପାଇଛି । ଏବେ କିନ୍ତୁ ମହେନ୍ଦ୍ର ସିଂ ଧୋନୀ ହିଁ ଦଳ ପାଇଁ ସବୁଠୁ ଭଲ କୋଚ୍ ହୋଇପାରିବେ । ସିଏସକେକୁ ଧୋନୀ ଭଲ ଭାବେ ବୁଝିଛନ୍ତି । ତାଙ୍କ ପାଖରେ କୋଚ୍ ହେବାର ସମସ୍ତ ଯୋଗ୍ୟତା ରହିଛି ।
ସେ ଆହୁରି କହିଛନ୍ତି ଯେ, ଯଦି କେହି ନୂଆ କୋଚ୍ ନିଯୁକ୍ତ ହୁଅନ୍ତି ତାହାଲେ ସେ ଚିନ୍ତାରେ ରହିବେ । କାରଣ ସିଏସକେରେ ଧୋନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଧୋନୀଙ୍କ ମତ ନିଆଯାଏ । ଦଳ ଚୟନରେ ବି ଧୋନୀଙ୍କ ଭୂମିକା ରହିଛି । ଯଦି ଧୋନୀ କୋଚ୍ ହେବା ପାଇଁ ରାଜି ହୁଅନ୍ତି ତାହାଲେ ସବୁଠୁ ଭଲ ହେବ । ତାଙ୍କଠାରୁ ଭଲ ବିକଳ୍ପ ଚେନ୍ନାଇ ପାଇବ ନାହିଁ । ଯଦି ସେ ରାଜି ନହେବେ ତାହାଲେ ଚେନ୍ନାଇ ଆଉ କାହାକୁ ନିଯୁକ୍ତ କରିପାରେ । ସେହିପରି ଅଶ୍ୱିନ୍ କହିଛନ୍ତି ଯେ, ମହେନ୍ଦ୍ର ସିଂ ଧୋନୀ ଏକ ବଡ଼ ନାଁ । ସେ ଚେନ୍ନାଇର କ୍ରାଉଡ୍ ପୁଲର । ଗତ ସିଜିନରେ ନଖେଳିଥିଲେ ବି ଦଳ ଘୋଷଣା ଏବଂ ଚୟନରେ ଭାଗ ନେଉଥିଲେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ପ୍ଲେମିଂ ୨୦୦୮ରେ ସିଏସକେରେ ଜଣେ ଖେଳାଳି ଭାବେ ସାମିଲ ହୋଇଥିଲେ । ୨୦୦୯ରେ ଦଳ ତାଙ୍କୁ କୋଚ୍ ଭାବେ ନିଯୁକ୍ତି ଦେଇଥିଲା । ସେବେଠୁ ୧୭ ବର୍ଷ ଧରି ସେ ସିଏସକେର କୋଚ୍ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ତାଙ୍କ ସମୟରେ ଟିମ୍ ୫ଟି ଆଇପିଏଲ ଟ୍ରଫି ଜିତିଥିବା ବେଳେ ଦୁଇଟି ଚାମ୍ପିଅନ୍ସ ଲିଗ୍ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ।
ସୌଜନ୍ୟ Prameya News7