ରାଜ୍ୟ
ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍ ସାହୁ): ଇନ୍ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି। ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ. ୩୫୧/୨୦୨୬) ରୁଜୁ କରି ସମ୍ପୃକ୍ତ ନାବାଳକଙ୍କୁ ସୁଧାର ଗୃହକୁ ପଠାଇଛି।
ସୂଚନାନୁଯାୟୀ, ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀ ଗଙ୍ଗପଡ଼ା ଗ୍ରାମରେ ଭଡ଼ାରେ ରୁହନ୍ତି। ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଛାତ୍ରୀ ଗାଧୋଉଥିବା ସମୟରେ ଅଭିଯୁକ୍ତ ନାବାଳକ ଉକ୍ତ ଘରର ସ୍କାଏ ଲାଇଟ୍ ପଟେ ଭିଡିଓ ଶୁଟିଂ କରିଥିଲେ। ଏସବୁ ଘଟଣା ଛାତ୍ରୀ ଜଣଙ୍କ ଜାଣି ପାରି ନ ଥିବାବେଳେ ପଡ଼ୋଶୀ ଦେଖି ନାବାଳକଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।
ସୌଜନ୍ୟ ଧରିତ୍ରୀ




