
ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ବାରକୋଟ ଥାନା ଦଣ୍ଡାସିଂହା ଗ୍ରାମ ନିକଟ ରାସ୍ତାକଡ଼ରୁ ଏକ ମୃତଦେହ ଜବତ ହୋଇଛି। ମୃତକ ଦଣ୍ଡାସିଂହା ଗ୍ରାମର ଶଙ୍କର ଦେହୁରୀ ବୋଲି ଜଣାପଡ଼ିଛି। ରାସ୍ତାକଡ଼ ଚାଷଜମି ଭିତରେ ଶଙ୍କରଙ୍କ ମୃତଦେହ ପଡ଼ିଥିବାବେଳେ ଉପରେ ତାଙ୍କ ସାଇକେଲ ପଡ଼ିଥିବା ଦେଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ସେ ନିକଟସ୍ଥ ବାସୁପାଲି ସାପ୍ତାହିକ ବଜାରକୁ ଯାଇ ଘରକୁ ଫେରି ନ ଥିଲେ। ଶନିବାର ସକାଳୁ ତାଙ୍କର ମୃତଦେହ ଠାବ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି। ତେବେ ଏହା ଏକ ହତ୍ୟାକାଣ୍ଡ ନା ଦୁର୍ଘଟଣା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।
ସୌଜନ୍ୟ ଧରିତ୍ରୀ




