ଜାତୀୟ ଲନ୍ ବଲ୍ ଉଦ୍ଘାଟିତ
ବଲାଙ୍ଗୀରର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟସ୍ କଂପ୍ଲେକ୍ସସ୍ଥିତ ‘ବୋଲିଂ ଗ୍ରୀନ୍ସ’ କୋର୍ଟରେ ଶୁକ୍ରବାରଠାରୁ ପ୍ରଥମ ଜାତୀୟ ୧୮ବର୍ଷରୁ କମ୍ ଏବଂ ଷଷ୍ଠ ୨୫ ବର୍ଷରୁ କମ୍ ଲନ୍ବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଛି।

ଓଡ଼ିଶାର ଦୁଇଟି ଦଳ ଅଂଶ ଗ୍ରହଣ
ରାଜ୍ୟରେ ପ୍ରଥମ ଥର ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ଦୁଇଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଚମତ୍କାର ପ୍ରଦର୍ଶନରୁ ଅଭିଯାନ ଆରମ୍ଭ କରିଛନ୍ତି। ଓଡ଼ିଶା ଦଳର ଜୟଶଙ୍କର ପଟେଲ୍, ଶୁଭ୍ରାଂଶୁ ଡାଙ୍ଗ, ସୀମା ମୁଣ୍ଡା, ରାଜେଶ୍ବରୀ ସେଠ, ରୋଶନୀ ସାହୁ ଏକକ ବର୍ଗରେ ବିଜୟୀ ହୋଇଥିବାବେଳେ ଅଂଶୁମାନ ବାଗ ହାରିଯାଇଛନ୍ତି। ସନ୍ଦୀପ ସାହାଣୀ-ରଶ୍ମି ଦଣ୍ଡସେନାଙ୍କ ମିଶ୍ରିତ ଯୁଗଳ ଯୋଡ଼ି ୧୮ ବର୍ଷରୁ କମ୍ ବର୍ଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଶିଖା ପୋଢ଼ଙ୍କୁ ୱାକ୍ ଓଭର ମିଳିଛି।
ଉଦ୍ଘାଟନୀ ଉତ୍ସବରେ ବଲାଙ୍ଗୀର ଏସ୍ପି
ଉଦ୍ଘାଟନୀ ଉତ୍ସବରେ ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ, ଅତିରିକ୍ତ ଏସ୍ପି ଗୁଣନିଧି ମଲ୍ଲିକ, ଅଭିନେତ୍ରୀ ତଥା ପୂର୍ବତନ ଖେଳାଳି ପ୍ରାଚୀ ତେହଲାନ, ଭାରତୀୟ ବୋଲିଂ ସଂଘ କୋଷାଧ୍ୟକ୍ଷ କ୍ରିଷ୍ଣବୀର ସିଂହ ରାଠି, ଭାରତୀୟ ଅସିଚାଳନା ସଂଘ କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ, ଟୁର୍ଣ୍ଣାମେଣ୍ଟ୍ ନିର୍ଦ୍ଦେଶକ ଡକ୍ଟର ଅଞ୍ଜୁ ଲୁଥାରା, ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ଭାରପ୍ରାପ୍ତ ଅଧିକାରୀ ପରାଶର ବାଗ, ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଆନନ୍ଦିନୀ ଦର୍ଜି ପ୍ରମୁଖ ଅତିଥି ଭାବେ
ଓସ୍ଜାର ସମ୍ପାଦକ ସମ୍ମାନିତ
ଏହି ଅବସରରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ସମ୍ପାଦକ ତପନ କୁମାର ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଶା ରାଜ୍ୟ ବୋଲିଂ ସଂଘର ସମ୍ପାଦକ ସୁମିତ ରଂଜନ ପୁରୋହିତଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନ ଓ ସଂଯୋଜନାରେ ଏହା ପରିଚାଳିତ ହେଉଛି। ଓଡ଼ିଶାରୁ ଦୁଇଟି ଦଳ ସହ ମୋଟ ୧୬ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି।
ସୌଜନ୍ୟ ସମ୍ବାଦ




