ଖେଳଜାତୀୟ

ଜାପାନ ଗ୍ରାଣ୍ଡ ପ୍ରିକ୍ସରେ ୧୯ ବର୍ଷ ବୟଷ୍କ ଇଟାଲୀ ଡ୍ରାଇଭର କିମି ଏଣ୍ଟୋନେଲୀ ଚାମ୍ପିୟନ, ପଛରେ ପଡିଲେ ଆସ୍କର

ଜାପାନ ଗ୍ରାଁପିରେ ମ୍ୟାକଲାରେନର ଆସ୍କର ପିୟାସ୍ତ୍ରୀଙ୍କୁ ପଛରେ ପକାଇ କିମି ଏଣ୍ଟୋନେଲୀ ଲଗାତାର ଦ୍ୱିତୀୟବାର ଫର୍ମୂଲା-୧ ରେସ ବିଜେତା ହୋଇଛନ୍ତି। ଅଷ୍ଟ୍ରେଲିଆ ଡ୍ରାଇଭର ପିୟାସ୍ତ୍ରୀଙ୍କୁ ୧୩.୭ ସେକେଣ୍ଡ ଅନ୍ତରରେ ପଛରେ ପକାଇଛନ୍ତି।

  • ଏଣ୍ଟୋନେଲୀ ତାଙ୍କ କ୍ୟାରିୟରର ପ୍ରଥମ ଫର୍ମୂଲା-୧ ଦୁଇ ସପ୍ତାହ ପୂର୍ବରୁ ଚୀନ୍ ରେ ଜିତିଥିଲେ
  • ସବୁଠୁ କମ ବୟଷ୍କ ବିଜେତାଙ୍କ ରେକର୍ଡ ମ୍ୟାକ୍ସ ୱେରଷ୍ଟେପନଙ୍କ ନାମରେ ରହିଛି
  • ଏଣ୍ଟୋନେଲୀ ଏବେ ସେସନ ଡ୍ରାଇଭର ତାଲିକାର ଶୀର୍ଷରେ ପହଞ୍ଚିଥିବା ପ୍ରଥମ ସର୍ବ କନିଷ୍ଠ ଖେଳାଳି ପାଲଟିଛନ୍ତି

ସୁଜୁକା: ମର୍ସିଡିଜ୍ ଡ୍ରାଇଭର ୧୯ ବର୍ଷ ବୟଷ୍କ କିମି ଏଣ୍ଟୋନେଲୀ ରବିବାର ଜାପାନ ଗ୍ରାଁପିରେ ମ୍ୟାକଲାରେନର ଆସ୍କର ପିୟାସ୍ତ୍ରୀଙ୍କୁ ପଛରେ ପକାଇ ଲଗାତାର ଦ୍ୱିତୀୟବାର ଫର୍ମୂଲା-୧ ରେସ ବିଜେତା ହୋଇଛନ୍ତି। ଇଟାଲୀର ଏଣ୍ଟୋନେଲୀ ଅଷ୍ଟ୍ରେଲିଆ ଡ୍ରାଇଭର ପିୟାସ୍ତ୍ରୀଙ୍କୁ ୧୩.୭ ସେକେଣ୍ଡ ଅନ୍ତରରେ ପଛରେ ପକାଇଛନ୍ତି। ସେହିପରି ଫରାରୀର ଚାର୍ଲସ୍ ଲେକ୍ଲେର୍କ ତୃତୀୟ ଓ ମର୍ସିଡିଜ୍ ର ଜର୍ଜ ରସେଲ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଏଣ୍ଟୋନେଲୀ ତାଙ୍କ କ୍ୟାରିୟରର ପ୍ରଥମ ଫର୍ମୂଲା-୧ ଦୁଇ ସପ୍ତାହ ପୂର୍ବରୁ ଚୀନ୍‌ରେ ଜିତିଥିଲେ। ସେ ଫର୍ମୂଲା-୧ ଇତିହାସର ସର୍ବ କନିଷ୍ଠ ବିଜେତା ହୋଇଛନ୍ତି। ତେବେ ସବୁଠୁ କମ ବୟଷ୍କ ବିଜେତାଙ୍କ ରେକର୍ଡ ମ୍ୟାକ୍ସ ୱେରଷ୍ଟେପନଙ୍କ ନାମରେ ରହିଛି। ସେ ୨୦୧୬ ମସିହାରେ ୧୮ ବର୍ଷ ବୟସରେ ଏହି ଉପଲବ୍ଧି ହାସଲ କରିଥିଲେ। ଏଣ୍ଟୋନେଲୀ ମଧ୍ୟ ଚୀନ୍ରେ ପୋଲ ପୋଜିସନରେ ବିଜୟୀ ହୋଇଥିଲେ। ଲଗାତାର ୩ଟି ରେସ୍ ରେ ଏଣ୍ଟୋନେଲୀଙ୍କୁ ୭୨ ପଏଣ୍ଟ ମିଳିଛି।

ଏଣ୍ଟୋନେଲୀ ଏବେ ସେସନ ଡ୍ରାଇଭର ତାଲିକାର ଶୀର୍ଷରେ ପହଞ୍ଚିଥିବା ପ୍ରଥମ ସର୍ବ କନିଷ୍ଠ ଖେଳାଳି ପାଲଟିଛନ୍ତି। ଏଣ୍ଟୋନେଲୀ କହିଛନ୍ତି ଯେ ଚାମ୍ପିୟନସିପ୍ ସମ୍ପର୍କରେ ଚିନ୍ତା ବି କରିବା ଏବେ ଠିକ୍ ନୁହେଁ। ଏହା ତରବରିଆ ହେବ, ହେଲେ ମୁଁ ଏବେ ଭଲ ସ୍ଥିତିରେ ରହିଛି। ସେ କହିଛନ୍ତି ଯେ ଏହି ବିଜୟ ସତ୍ତ୍ୱେ ମୋର ପ୍ରାରମ୍ଭକୁ ଆହୁରି ଭଲ କରିବାକୁ ମୋତେ ଧ୍ୟାନ ଦେବାକୁ ପଡିବ। ଏହି ଯୁବ ଡ୍ରାଇଭର କହିଛନ୍ତି ଯେ ଏଥିରେ ମୋର କେଉଁଠି ତ୍ରୁଟି ରହିଛି ତାହାକୁ ମୋତେ ପ୍ରଥମେ ସୁଧାରିବାକୁ ପଡିବ। କାରଣ ରେସ୍ ରେ ଜିତିବା ବା ହାରିବା ମଧ୍ୟରେ ଆକାଶ ପାତାଳ ତଫାତ ରହିଛି।

 

 

 

ସୌଜନ୍ୟ Prameya News7

 

 

Show More

Leave a Reply

Your email address will not be published. Required fields are marked *

Back to top button