ରାଜନୀତି

ଟ୍ରମ୍ପ କାହିଁକି ମାଚାଡୋଙ୍କୁ ହାତରୁ ନେଲେ ନୋବେଲ୍? ନିଜେ ଖୁଲାସା କଲେ ଡୋନାଲ୍ଡ…

ନୂଆଦିଲ୍ଲୀ ୧୭/୦୧: ଶୁକ୍ରବାର ବିଶ୍ୱ ଦେଖିଲା ବିରାଟ ପରିବର୍ତ୍ତନ । ମାନେ ଟ୍ରମ୍ପ ପାଇଥିଲେ ନୋବେଲ୍ । ଆରେ ଆଶ୍ଚର୍ଯ୍ୟ ହେଉଛନ୍ତି କି ,ଚକିତ ହୁଅନ୍ତୁନି । କାରଣ ପ୍ରକୃତରେ ଏମିତି କିଛି ଘଟିଥିଲା ଘଟଣା । ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ଭେଟିଦେଇଥିଲେ ତାଙ୍କର ନୋବେଲ ଶାନ୍ତି ପୁରସ୍କାର । ଯଦିଓ ସେ ଟ୍ରମ୍ପଙ୍କୁ ପଛରେ ପକାଇ ଏହାର ଅସଲ ହକ୍ଦାର ଥିଲେ ।

ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ଟ୍ରମ୍ପ କେତେ ଆଗ୍ରହୀ ଥିଲେ ତାହା କୌଣସି ଗୁପ୍ତ କଥା ନୁହେଁ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ଟ୍ରମ୍ପ କାହିଁକି ନୋବେଲ ଗ୍ରହଣ କଲେ “ସେକେଣ୍ଡ ହ୍ୟାଣ୍ଡ” ନୋବେଲ୍ ।ଶୁକ୍ରବାର ତାଙ୍କୁ ଏ ବିଷୟରେ ପଚରାଯାଇଥିଲା। ଟ୍ରମ୍ପ ଏହାର ଉତ୍ତର ଦେଇଥିଲେ, କହିଥିଲେ “ସେମାନେ ମୋତେ ପୁରସ୍କାର ଦେଲେ । ମୁଁ ଏହାକୁ ପ୍ରକୃତରେ ପସନ୍ଦ କରିଥିଲି।”ଟ୍ରମ୍ପଙ୍କ ଅନୁସାରେ, ମାଚାଡୋ ତାଙ୍କୁ କହିଥିଲେ, “ତୁମେ ଆଠଟି ଯୁଦ୍ଧ ସମାପ୍ତ କରିଛ, ଆଉ ଏହି ପୁରସ୍କାର ପାଇବାର ଆପଣ ହକ୍‌ଦାର । ତୁମଠାରୁ ଅଧିକ କେହି ଏହା ପାଇବାକୁ ଯୋଗ୍ୟ ନୁହଁନ୍ତି।

ଟ୍ରମ୍ପ କହିଥିଲେ, “ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି । ଏବେ ମୁଁ ଭାବୁଛି ସେ ଜଣେ ବହୁତ ମହାନ ମହିଳା । ଆମେ ପୁଣି ଦ୍ୱିତୀୟ ବାର ଭେଟ୍ଘାଟ କରିବୁ ।କହିବାକୁ ଗଲେ ଗତ ବର୍ଷ, ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଜିତିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଥିଲେ। ସେ ପ୍ରତି ଦିନ ବିଶ୍ୱବ୍ୟାପୀ ସାତଟି ଯୁଦ୍ଧ ବନ୍ଦ କରିଥିବା ଦାବି କରିଥିଲେ । ଶାନ୍ତି ପୁରସ୍କାର ପାଇଁ ନୋବେଲ କମିଟି ନିକଟରେ ତାଙ୍କର ଦାବି ଉପସ୍ଥାପନ କରିଥିଲେ ।

ଡୋନାଲ୍ଡ ଟ୍ରମ୍ପ ନିଜକୁ “ଶାନ୍ତି ଦୂତ” ବୋଲି କହିବା ଆରମ୍ଭ କରିଥିଲେ। ତାଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ, ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇବାରୁ ବଞ୍ଚିତ କରାଯାଇଥିଲା। ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯାଇଥିଲା। ମାରିଆ କୋରିନା ମାଚାଡୋଙ୍କ ନୋବେଲ ପୁରସ୍କାର ଖବର ଶୁଣି ଟ୍ରମ୍ପ ଗଭୀର ଭାବରେ ବିରକ୍ତ ହୋଇଥିଲେ । ଅନେକ ଥର ନିଜର କ୍ରୋଧ ପ୍ରକାଶ କରିଥିଲେ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button