ଶ୍ରୀନଗର: ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ବିରୋଧରେ ଜମ୍ମୁ-କାଶ୍ମୀରରେ ପ୍ରତିବାଦ ହିଂସାର ରୂପ ନେଇଛି। ସୋମବାର ପ୍ରଦର୍ଶନକାରୀମାନେ ସୁରକ୍ଷା ବାହିନୀ ଉପରେ ପଥର ମାଡ଼ କରିଥିଲେ, ଯେଉଁଥିରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଥିବା ବେଳେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି।

