ରାଶିଫଳ

ଡିସେମ୍ବର ୧୬ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ମେଷ ରାଶିରୁ ଚନ୍ଦ୍ରମା ସପ୍ତମ ସ୍ଥାନରେ ଥିବାରୁ ଆସନ୍ତାକାଲିର ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟୀ ହେବ। ଦାମ୍ପତ୍ୟ ସୁଖ ପ୍ରାପ୍ତ ହେବ ଏବଂ ଜୀବନସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ହେବ ଏବଂ ନୂତନ ଚୁକ୍ତି ହେବାର ଯୋଗ ରହିଛି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ବୃଷ– ବୃଷ ରାଶିରୁ ଚନ୍ଦ୍ରମା ଷଷ୍ଠ ସ୍ଥାନରେ ଥିବାରୁ ଦିନଟି ଶୁଭ ଏବଂ ସମସ୍ୟା ମୁକ୍ତ ରହିବ। ଆପଣଙ୍କୁ ରୋଗରୁ ମୁକ୍ତି ମିଳିବ ଏବଂ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ। କର୍ମ କ୍ଷେତ୍ରରେ କିଛିଟା ପରିଶ୍ରମ କରିବାକୁ ପଡିବ, କିନ୍ତୁ ଶେଷରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

ମିଥୁନ– ମିଥୁନ ରାଶିରୁ ଚନ୍ଦ୍ରମା ପଞ୍ଚମ ସ୍ଥାନରେ ଥିବାରୁ ଆସନ୍ତାକାଲି ଦିନଟି ଅତ୍ୟନ୍ତ ଶୁଭ ଓ ଲାଭଦାୟକ ରହିବ। ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ବିଦ୍ୟା ଲାଭ ହେବ। ଆପଣଙ୍କର ବୁଦ୍ଧି ଏବଂ ବିବେକ ଦ୍ୱାରା ସଠିକ୍ ନିଷ୍ପତ୍ତି ନେବାରେ ସଫଳ ହେବେ। ନିବେଶ ପାଇଁ ଦିନଟି ଉତ୍ତମ ଅଟେ।

କର୍କଟ– କର୍କଟ ରାଶିରୁ ଚନ୍ଦ୍ରମା ଚତୁର୍ଥ ସ୍ଥାନରେ ଥିବାରୁ ଦିନଟି ଅଶୁଭ ଓ ଚାପଗ୍ରସ୍ତ ରହିବ। ମାନସିକ ଅସ୍ଥିରତା ବଢ଼ିପାରେ ଏବଂ ସୁଖ ହାନି ହୋଇପାରେ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଜମିଜମା କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। କଳହ ଯୋଗ ବଢ଼ିବାର ଆଶଙ୍କା ରହିଛି।

ସିଂହ– ସିଂହ ରାଶିରୁ ଚନ୍ଦ୍ରମା ତୃତୀୟ ସ୍ଥାନରେ ଥିବାରୁ ଦିନଟି ଶୁଭ ଏବଂ ଶକ୍ତିପୂର୍ଣ୍ଣ ରହିବ। ଆପଣଙ୍କର ସାହସ ଓ ପରାକ୍ରମ ବୃଦ୍ଧି ପାଇବ। ଭାଇଭଉଣୀ କିମ୍ବା ବନ୍ଧୁଙ୍କ ସହଯୋଗ ମିଳିବାରୁ କାର୍ଯ୍ୟରେ ସଫଳତା ପାଇବେ। ଛୋଟ ଦୂରତା ଯାତ୍ରା ଲାଭଦାୟକ ହେବ।

କନ୍ୟା– କନ୍ୟା ରାଶିରୁ ଚନ୍ଦ୍ରମା ଦ୍ୱିତୀୟ ସ୍ଥାନରେ ଥିବାରୁ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ଅଟେ। ଆପଣଙ୍କୁ ଧନ ଲାଭ ହେବାର ପ୍ରବଳ ଯୋଗ ରହିଛି ଏବଂ ଅଟକି ରହିଥିବା ଅର୍ଥ ପ୍ରାପ୍ତ ହେବ। କଥାବାର୍ତ୍ତାରେ ମଧୁରତା ରହିବ ଏବଂ ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ପାରିବାରିକ ସୁଖ ପ୍ରାପ୍ତ ହେବ।

ତୁଳା– ତୁଳା ରାଶିରୁ ଚନ୍ଦ୍ରମା ପ୍ରଥମ ସ୍ଥାନରେ (ଶ୍ରୀଚନ୍ଦ୍ର) ଥିବାରୁ ଦିନଟି ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳମୟ ରହିବ। ଆପଣଙ୍କୁ ମାନସିକ ଶାନ୍ତି ଏବଂ ଶୁଭ ଫଳ ପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ ଏବଂ ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ଅଟେ।

ବିଛା– ବିଛା ରାଶିରୁ ଚନ୍ଦ୍ରମା ଦ୍ୱାଦଶ ସ୍ଥାନରେ ଥିବାରୁ ଦିନଟି ଅଶୁଭ ବା ବ୍ୟୟ ବହୁଳ ରହିବ। ଆପଣଙ୍କର ଅଯଥା ଅର୍ଥ ହାନି ହେବାର ପ୍ରବଳ ଆଶଙ୍କା ରହିଛି। ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଅପ୍ରୀତିକର ପରିସ୍ଥିତିରୁ ବଞ୍ଚିବା ପାଇଁ ବିବାଦରୁ ଦୂରେଇ ରୁହନ୍ତୁ।

ଧନୁ– ଧନୁ ରାଶିରୁ ଚନ୍ଦ୍ରମା ଏକାଦଶ ସ୍ଥାନରେ ଥିବାରୁ ଦିନଟି ଅତ୍ୟନ୍ତ ଶୁଭ ଓ ଲାଭଦାୟକ ରହିବ। ଆପଣଙ୍କୁ ଆୟ ବୃଦ୍ଧି ହେବାର ସୁଯୋଗ ମିଳିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁମାନଙ୍କ ସହଯୋଗ ମିଳିବାରୁ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ। କର୍ମ କ୍ଷେତ୍ରରେ ଖୁସି ଅନୁଭବ ହେବ।

ମକର– ମକର ରାଶିରୁ ଚନ୍ଦ୍ରମା ଦଶମ ସ୍ଥାନରେ ଥିବାରୁ ମଙ୍ଗଳବାର କର୍ମ କ୍ଷେତ୍ରରେ ଉତ୍ତମ ଫଳ ମିଳିବ। କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ ଏବଂ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନୂଆ ନିଷ୍ପତ୍ତି ନେବାରେ ସଫଳ ହେବେ। ଆର୍ଥିକ ଦିଗ ସୁଦୃଢ଼ ରହିବ।

କୁମ୍ଭ– କୁମ୍ଭ ରାଶିରୁ ଚନ୍ଦ୍ରମା ନବମ ସ୍ଥାନରେ ଥିବାରୁ ଦିନଟି ଭାଗ୍ୟଶାଳୀ ରହିବ। ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମିଳିବ। ଗୁରୁ କିମ୍ବା ପିତା ତୁଲ୍ୟ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହେବ।

ମୀନ– ମୀନ ରାଶିରୁ ଚନ୍ଦ୍ରମା ଅଷ୍ଟମ ସ୍ଥାନରେ ଥିବାରୁ ଆଜିର ଦିନଟି ଅଶୁଭ ଓ ଚାପପୂର୍ଣ୍ଣ ରହିବ। ଅଚାନକ ଆଘାତ ପ୍ରାପ୍ତି ହେବାର ସମ୍ଭାବନା ଥିବାରୁ ସାବଧାନ ରୁହନ୍ତୁ। ଅର୍ଥ ହାନିର ଆଶଙ୍କା ରହିଛି, ତେଣୁ ନିବେଶରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – ୮୨୪୯୮୨୬୬୮୨

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button