ମହାନଗର

ଥରୁଛି ସାରା ଓଡ଼ିଶା, ବଡ଼ଦିନରୁ ଆହୁରି ବଢିବ ଶୀତ

ଭୁବନେଶ୍ୱର ୨୪।୧୨ : ବଡ଼ଦିନରୁ ଆହୁରି ବଢ଼ିବ ଶୀତ । ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ରାଜ୍ୟର ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବ। ଏହାର ପ୍ରଭାବରେ ଥରିବ ପୂରା ଓଡ଼ିଶା। ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଥିଲା। ଏବେ ଏହା ଅପସାରଣ ହୋଇସାରିଛି । ପଶ୍ଚିମା ଝଡ଼ ଥିବାରୁ ରାଜ୍ୟକୁ ପୂର୍ବ ଦିଗରୁ ପବନ ଆସୁଥିଲା। ଏହା ପ୍ରଭାବରେ ଶୀତ ଅପେକ୍ଷାକୃତ କମ୍ ଥିଲା। ଏବେ କିନ୍ତୁ ଉତ୍ତର-ପଶ୍ଚିମ ଦିଗରୁ ଆସିବାକୁ ଥିବା ଥଣ୍ଡା ପବନ ଯୋଗୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

ସେପଟେ ଆସନ୍ତା ୨୭ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଘନ କୁହୁ କୁହୁଡ଼ି ଦେଖା ଦେଇପାରେ । ଆଜି କୋରାପୁଟ, ନବରଙ୍ଗପୁର ଓ ଫୁଲବାଣୀ , ରାୟଗଡ଼ା, ଭବାନୀପାଟଣ ଟଣା ଓ ବଲାଙ୍ଗୀରରେ, କେନ୍ଦୁଝର, ସୋନପୁର, ରାଉରକେଲା ଓ ସୁନ୍ଦରଗଡ଼ରେ ଶୀତର ପ୍ରକୋପ ଅଧିକ ରହିବ । ଏସବୁ ଅଞ୍ଚଳରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିବ ।୨୮ ତାରିଖ ଯାଏ ଉପକୂଳ ଓଡ଼ିଶାର କିଛି ସ୍ଥାନକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି। ସେପଟେ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ସାଙ୍ଗକୁ କୁହୁଡି ଦେଖିବାକୁ ମିଳିଛି ।କୁହୁଡି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଜି ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହୁଛି ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button