ବାଣିଜ୍ୟ

ଦେଶର ଯୁବବର୍ଗ କେଉଁଥିରେ କରୁଛନ୍ତି ଅଧିକ ଖର୍ଚ୍ଚ? ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ ୧୩।୧୨: ଆଜିର ଯୁବ ବର୍ଗଙ୍କ ମଧ୍ୟରେ ଖର୍ଚ୍ଚ କରିବାର ଶୈଳୀ ବଦଳିଛି। ପୂର୍ବରୁ କେତେକ ରିପୋର୍ଟରେ ଆସିଥିଲା ଯେ ୟୁଥ ଗେଜେଟ ଓ ଲାଇଫ ଷ୍ଟାଇଲ ଉପରେ ବେଶ୍ ବ୍ୟୟ କରୁଛନ୍ତି। ହେଲେ ଏବେ ଆପଣ ଫୋନ, ପୋଷାକ, ମହଙ୍ଗା ଗେଜେଟ କଥା ଭୁଲି ଯାଆନ୍ତୁ। ଏବେକା ଯୁବ ପିଢୀ ସେମାନଙ୍କ ପଇସାକୁ ପୁରା ଅଲଗା ଅଲଗା କ୍ଷେତ୍ରରେ ଖର୍ଚ୍ଚ କରୁଥିବା ଜଣାପଡିଛି। ନିକଟରେ ଆସିଥିବା ଏକ ରିପୋର୍ଟରେ ୟୁପିଆଇ ଟ୍ରାଞ୍ଜାକ୍ସନ ଆଧାରରେ ଚାଞ୍ଚଲ୍ୟକର ତଥ୍ୟ ମିଳିଛି।

ଏହି ରିପୋର୍ଟରେ ୩୦ ବର୍ଷରୁ କମ୍ ବୟଷ୍କ ୭୨% ଯୁବବର୍ଗ ଦୈନିକ କେଉଁ ସବୁ ଖର୍ଚ୍ଚ କରୁଛନ୍ତି ତାର ସୂଚନା ମିଳିଯାଇଛି। ରିପୋର୍ଟରୁ ଜଣାପଡିଛି ଯେ ୭୪% ଯୁବ ପିଢୀ ମାସିକ ୫୦ରୁ ଅଧିକ ଡିଜିଟାଲ ପେମେଣ୍ଟ କରୁଛନ୍ତି। ଏଥିରେ ଅନେକଙ୍କ ଡିଜିଟାଲ ପେମେଣ୍ଟ ସଂଖ୍ୟା ୨୦୦ ପାର କରିଯାଉଛି। ଏମାନଙ୍କ ଲାଗି ୟୁପିଆଇ ଏବେ ଜରୁରି ଆବଶ୍ୟକତା ପାଲଟି ଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ୭୬% ଟ୍ରାଞ୍ଜାକ୍ସନ ୨୦୦ ଟଙ୍କାରୁ କମର ହେଉଛି। ଆଜିକା ସମୟରେ ୟୁଥଙ୍କ ଅସଲି ଖର୍ଚ୍ଚ ଚା, ସମୋସା, ଗ୍ରୋସରୀ ସମ୍ପର୍କିତ ଛୋଟମୋଟ ସାମଗ୍ରୀ, ରିଚାର୍ଜ ଓ ଷ୍ଟ୍ରିଟ ଫୁଡରେ ହେଉଛି।

ୟୁପିଆଇ ଟ୍ରାଞ୍ଜାକ୍ସନ ହିଷ୍ଟ୍ରିରୁ ରାତି ୧୨ରୁ ସକାଳ ୬ଟା ମଧ୍ୟରେ ପ୍ରାୟ ଟ୍ରାଞ୍ଜାକ୍ସନ ଫୁଡ ଡେଲିଭରୀ ଲାଗି ହେଉଛି। ଏହା ପରେ ୬ଟରୁ ୧୧ଟା ପର୍ଯ୍ୟନ୍ତ ଗ୍ରୋସରୀ ଓ ସୁପରମାର୍କେଟରେ ଟ୍ରାଞ୍ଜାକ୍ସନ ପିକ୍ ରେ ରହୁଛି। ଖାସ କରି ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ସହରାଞ୍ଚଳମାନଙ୍କରେ ଲୋକେ ସକାଳୁ ସକାଳୁ ସପ୍ତାହକର ରାସନ କିଣି ନେଉଥିବାର ଜଣାପଡିଛି। ସବୁ ସପ୍ତାହରେ ସବୁଠୁ ଅଧିକ ୟୁପିଆଇ ପେମେଣ୍ଟ ଏହି ସମୟରେ ହେଉଛି। ଏହି ସମୟରେ ଯୁବବର୍ଗ ପିଜ୍ଜା, ବର୍ଗର, ମୁଭି ଟିକେଟ୍, ସାଙ୍ଗସାଥୀଙ୍କ ସହ ପାର୍ଟିରେ ସବୁଠୁ ଅଧିକ ଖର୍ଚ୍ଚ କରୁଛନ୍ତି।

ରିପୋର୍ଟରୁ ଏହା ବି ଜଣାପଡିଛି ଯେ ୪୫% ୟୁଥ ପ୍ରଥମ ଥର କ୍ରେଡିଟ କାର୍ଡ ଜଗତରେ ପାଦ ଥାପିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଏଫଡି ସିକ୍ୟୋର୍ଡ କାର୍ଡ ନେଉଛନ୍ତି। ଏହାର ଅର୍ଥ ହେଉଛି ପ୍ରଥମେ ଆପଣ ପଇସା ଜମା କରନ୍ତୁ ଓ ତା ପରେ ମନଇଛା ଖର୍ଚ୍ଚ କରନ୍ତୁ। ଏବେକା ୟୁଥ ବେଶ ବୁଝିବା ସୁଝିବାର ଓ ସେମାନେ ଋଣ ବା ଲୋନର ଝିନଝଟରେ ଫଶିବାକୁ ଚାହୁଁନାହାନ୍ତି। ଅର୍ଥାତ ଆଜିର ଯୁବ ବର୍ଗ ଛୋଟଛୋଟ ଖର୍ଚ୍ଚରେ ସେମାନଙ୍କ ଖୁସି ଖୋଜୁଛନ୍ତି। ଏମାନେ ରାତିରେ ବିରିୟାନୀ ଅର୍ଡର କରୁଛନ୍ତି ସକାଳେ ପରିବା କିଣୁଛନ୍ତି। ଏବେ ଗେଜେଟ ଓ ପୋଷାକ ଉପରେ ଯୁବବର୍ଗଙ୍କ ଖର୍ଚ୍ଚ ପୁରଣା କଥା ହୋଇଗଲାଣି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button