ଓଡିଶା

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ଗେଟ୍, ଦନ୍ତା ହାତୀଙ୍କ ଉତ୍ପାତ ପାଇଁ ବନ୍ଦ ଥିଲା ଫାଟକ

ଭୁବନେଶ୍ୱର ୨୯।୧୨: ଶିଖରଚଣ୍ଡୀରେ ବୁଲୁଥିବା ଦୁଇ ଦନ୍ତା ହାତୀ ଭରତପୁର ଜଙ୍ଗଲକୁ ଫେରିଲେ। ଆଜି ଭୋର ପ୍ରାୟ ୫ଟା ବେଳେ ଭରତପୁର ଜଙ୍ଗଲକୁ ପ୍ରବେଶ କରିଛନ୍ତି ଦୁଇ ଦନ୍ତା ହାତୀ। ରାତି ସାରା ହାତୀଙ୍କୁ ଘଉଡ଼ାଇବା ପାଇଁ ଲାଗିଥିଲା ବନ ବିଭାଗ। ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିଲା ବନ ବିଭାଗର ସ୍ପେସାଲ୍ ନାଇଟ୍ ଟ୍ରାକିଂ। ହାତୀ ଖୋଜିବାକୁ ବ୍ୟବହାର ହୋଇଥିଲା ନାଇଟ୍ ଭିଜନ କ୍ୟାମେରା।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଶିଖରଚଣ୍ଡୀରେ ଆତଙ୍କ ଖେଳାଉଥିଲେ ହାତୀ । ଏହାପରେ ପର୍ଯ୍ୟଟକଙ୍କୁ ଶିଖରଚଣ୍ଡୀ ବାରଣ କରାଯାଇଥିଲା। ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଏହି ସମୟ ମଧ୍ୟରେ ପର୍ଯ୍ୟଟକଙ୍କୁ ଶିଖରଚଣ୍ଡୀ ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଥିଲା । ତେବେ ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ଦନ୍ତା ଦୁଇଟି ଚନ୍ଦକା ଜଙ୍ଗଲ ମଧ୍ୟକୁ ଫେରିଯାଇଛନ୍ତି । ଯାହାପରେ ବନବିଭାଗର ଚାଲିଥିବା ଅପରେସନ ସଫଳ ହୋଇଛି । ଆଉ ପର୍ଯ୍ୟଟକଙ୍କ ବନ୍ଦ ଥିବା ଶିଖରଚଣ୍ଡୀ ଗେଟ୍କୁ ଖୋଲାଯାଇଛି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button