ଜାତୀୟ

Railway charging rules: ରାତି ୧୧ରୁ ସକାଳ ୫ ରେଳ କୋଚ୍‌ରେ ବନ୍ଦ ରହିବ ମୋବାଇଲ୍‌ ଚାର୍ଜିଂ ପଏଣ୍ଟ, ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର,୨୮\୧୦: ସମସ୍ତ ଯାତ୍ରୀବାହୀ ଟ୍ରେନ୍ର କୋଚ୍ଗୁଡ଼ିକରେ ମୋବାଇଲ୍ ଚାର୍ଜିଂ ପଏଣ୍ଟଗୁଡ଼ିକୁ ବନ୍ଦ କରିବା ନେଇ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଏଣିକି ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କୋଚ୍ରେ ମୋବାଇଲ୍ ଚାର୍ଜିଂ ପଏଣ୍ଟ ବନ୍ଦ ରହିବ । ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ବୋର୍ଡ ସମସ୍ତ ଜୋନ୍ କୁ ଏହି ନିର୍ଦ୍ଦେଶ ଦେଇଛି ।

ସୂଚନାଅନୁସାରେ, ସମ୍ପ୍ରତି ଦକ୍ଷିଣ ପୂର୍ବ ରେଲୱେ ଜୋନ୍ ରେ ଏକ ଦୁର୍ଘଟଣା ପରେ ଏପରି ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୃକ୍ତ ରେଳ କର୍ମଚାରୀ ଚାର୍ଜିଂ ପଏଣ୍ଟଗୁଡ଼ିକୁ ବନ୍ଦ କରିନଥିଲେ । ଫଳରେ ଚାର୍ଜ ହେଉଥିବା ସମୟରେ ଜଣେ ଯାତ୍ରୀଙ୍କ ପାୱାର୍-ବ୍ୟାଙ୍କ୍ ରୁ ଧୂଆଁ ବାହାରିବା ସହ ବିସ୍ଫୋରଣ ଘଟିଥିଲା । ଏଣୁ ସୁରକ୍ଷାମୂଳକ ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ରେଳ ବୋର୍ଡ । ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ପ୍ରଶିକ୍ଷଣ ଦେବାକୁ କୁହାଯାଇଛି । ଏହାସହ ଅଧିକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ଆକସ୍ମିକ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିକାଣ୍ଡ ଆଶଙ୍କାକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ଏବଂ ଯାତ୍ରୀ ନିରାପତ୍ତା ଦୃଷ୍ଟିରୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button