ଓଡିଶାଜିଲ୍ଲା

ନାବାଳିକାକୁ କାମ ଦେଲେ, ବଳତ୍କାର କରି ଗର୍ଭବତୀ କଲେ

ଜନୈକ ୭୦ ବର୍ଷ ବୟଷ୍କ ଠିକାଦାରଙ୍କୁ ତାଙ୍କ ନାବାଳିକା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିବା ଓ ପରେ ତାଙ୍କୁ ଗର୍ଭପାତ ପାଇଁ ବାଧ୍ୟ କରିବା ଘଟଣାରେ ପୋଲିସ ଗିରଫ କରିଛି। ଏହି ମାମଲାରେ ର୍ଭପାତ କରାଇଥିବା ଘରୋଇ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟରଙ୍କୁ ମଧ୍ୟ ଗିରଫ କରାଯାଇଛି।

କେନ୍ଦ୍ରାପଡା ୧୭।୨: ଯାଜପୁର ଜିଲ୍ଲାର ଜନୈକ ୭୦ ବର୍ଷ ବୟଷ୍କ ଠିକାଦାରଙ୍କୁ ତାଙ୍କ ନାବାଳିକା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିବା ଓ ପରେ ତାଙ୍କୁ ଗର୍ଭପାତ ପାଇଁ ବାଧ୍ୟ କରିବା ଘଟଣାରେ ପୋଲିସ ଗିରଫ କରିଛି। ଏହି ମାମଲାରେ ୬ ମାସ ଗର୍ଭବତୀ ନାବାଳିକାଙ୍କ ଗର୍ଭପାତ କରାଇଥିବା ଘରୋଇ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟରଙ୍କୁ ମଧ୍ୟ ଗିରଫ କରାଯାଇଛି। ଘରୋଇ ହସ୍ପିଟାଲର ଜନୈକ କର୍ମଚାରୀ ମାମଲାରେ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାଇବା ପରେ ଘଟଣା ଲୋକ ଲୋଚନକୁ ଆସିଛି। ମାମଲାରେ ନାବାଳିକାଙ୍କ ପିତା ଠିକାଦାରଙ୍କ ବିରୋଧରେ ଏତଲା ଦେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ପୋଲିସ କହିଛି ଯେ ମାମଲାର ଉଭୟ ଅଭିଯୁକ୍ତ ପରସ୍ପରକୁ ଜାଣନ୍ତି, ଯେହେତୁ ସେମାନେ ଗୋଟିଏ ଅଞ୍ଚଳର ବାସିନ୍ଦା। ନାବାଳିକାଙ୍କ ପିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ଠିକାଦର ଯିଏ ନିଜେ ବିବାହିତ ଗତ ୮ ମାସ ହେଲା ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇ ଆସୁଥିଲା, ଫଳରେ ସେ ଅନ୍ତସତ୍ୱା ହୋଇଛି। ସେହିପରି ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ଯିଏ ତାଙ୍କ ଅନୁଷ୍ଠାନରେ ଗର୍ଭପାତ କରାଇଛନ୍ତି ଏଥି ପାଇଁ ସେ ଝିଅର ଅନୁମତି ମଧ୍ୟ ନେଇ ନାହାନ୍ତି। ତେବେ ହସ୍ପିଟାଲରେ ନାବାଳିକାଙ୍କ ଗର୍ଭପାତ କରାଇଥିବା ଡାକ୍ତରଙ୍କୁ ଏବେ ପୋଲିସ ଖୋଜୁଛି। ଏଣୁ ଏହି ମାମଲାରେ ଆହୁରି ଅଧିକ ଲୋକ ଗିରଫ ହୋଇ ପାରନ୍ତି ବୋଲି ତଦନ୍ତକାରୀ ଅଧିକାରୀ ଆଶିଷ କୁମାର ସାହୁ କହିଛନ୍ତି।

ତେବେ ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୭୦(୨), ୮୯ ଓ ପକସୋ ଅଧିନିୟମ ଧାରା ୪ଓ ୬ରେ ଦୁଷ୍କର୍ମ ଅଭିଯୋଗ ରୁଜୁ କରିଛି। ହସ୍ପିଟାଲ ମ୍ୟାନେଜିଂ ଡାଇରେକ୍ଟରଙ୍କ ବିରୋଧରେ ମଧ୍ୟ ବିଏନଏସ ଧାରା ସମେତ ପକସୋ ଅଧିନିୟମରେ ମୋକଦ୍ଦମା ରୁଜୁ କରାଯାଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଯାଜରୁର ରୋଡ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ନିବେଦନ କୋର୍ଟ ଖାରଜ କରି ଦେଇଥିବା ବେଳେ ସେମାନଙ୍କୁ ବିଚାର ବିଭାଗୀୟ ହାତଜକୁ ପଠାଇ ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button