ରାଜନୀତି

ଏସଆଇଆରକୁ ନେଇ ନିର୍ବାଚନ କମିଶନ ଏବଂ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ

ଟିଏମସି ମୁଖ୍ୟ କହିଛନ୍ତି, ‘ବିଜେପି ପ୍ରାୟ ୧ କୋଟି ୫୦ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟାଇବାକୁ ଚେଷ୍ଟା କରୁଛି, ଯାହା ଗଣତନ୍ତ୍ରକୁ ଦୁର୍ବଳ କରିବା ସହିତ ସମାନ। ବର୍ଦ୍ଧମାନ ଜିଲ୍ଲାକୁ ଅନ୍ୟ ରାଜ୍ୟରୁ , ବିଶେଷ କରି ବିହାରରୁ ଲୋକଙ୍କୁ ଆଣିବାକୁ ପ୍ରୟାସ କରାଯାଉଛି।’

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଡ଼ୁଆ ଏସଆଇଆର । ଭୋଟର ତାଲିକାର ସ୍ବତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇଆର)କୁ ବିରୋଧ କରିଆସିଛନ୍ତି ଟିଏମସି ସୁପ୍ରିମୋ । ଏବେ କେନ୍ଦ୍ରୀୟ କର୍ମଚାରୀଙ୍କର ଜ୍ଞାନ କମ୍ ଏବଂ ସେମାନେ ଏସଆଇଆର ପ୍ରିକ୍ରିୟା ଲାଗି ଅଯୋଗ୍ୟ ବୋଲି ଅଭିଯୋଗ କରିଛନ୍ତି ମମତା । ଏସଆଇଆରରେ ଅନେକ ଭୁଲ ରହିଛି ଏବଂ ନିର୍ବାଚନ କମିଶନ ବିଜେପି ଇସାରାରେ କାମ କରୁଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ‘ନିର୍ବାଚନ କମିଶନ କେବଳ ବିଜେପିର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି। SIR ପ୍ରକ୍ରିୟା ସମୟରେ ନିଷ୍କ୍ରିୟ ରହିଥିବା ତୃଣମୂଳ କଂଗ୍ରେସ କାଉନସିଲରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ଟିଏମସି ମୁଖ୍ୟ ଦାବି କରିଛନ୍ତି ଯେ, ଏସଆଇଆର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କେନ୍ଦ୍ରୀୟ ଅଧିକାରୀମାନଙ୍କର ସ୍ଥାନୀୟ ଭାଷା ବିଷୟରେ ଜ୍ଞାନ ନାହିଁ ଏବଂ ସେମାନେ ଏସଆଇଆର ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟ ସମୟରେ ଯାଞ୍ଚ କରିବାକୁ ଅଯୋଗ୍ୟ ।

ଟିଏମସି ମୁଖ୍ୟ କହିଛନ୍ତି, ‘ବିଜେପି ପ୍ରାୟ ୧ କୋଟି ୫୦ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟାଇବାକୁ ଚେଷ୍ଟା କରୁଛି, ଯାହା ଗଣତନ୍ତ୍ରକୁ ଦୁର୍ବଳ କରିବା ସହିତ ସମାନ। ବର୍ଦ୍ଧମାନ ଜିଲ୍ଲାକୁ ଅନ୍ୟ ରାଜ୍ୟରୁ , ବିଶେଷ କରି ବିହାରରୁ ଲୋକଙ୍କୁ ଆଣିବାକୁ ପ୍ରୟାସ କରାଯାଉଛି।’

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସେମାନେ ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ମତୁଆ ଏବଂ ଆଦିବାସୀ ସମ୍ପ୍ରଦାୟ ଆଉ ଭୋଟ ଦେଇପାରିବେ ନାହିଁ କି ? ସେମାନେ ଦୁଇ ମାସରେ ଏକ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ଦୁଇ ବର୍ଷ ଲାଗିବା ଉଚିତ ଥିଲା। ବିଜେପି ସମସ୍ତ ଏଜେନ୍ସିକୁ ନିଜ ଏଜେଣ୍ଟରେ ପରିଣତ କରିଛି। ସୀମା ନିର୍ଦ୍ଧାରଣ ପରେ, ଏବେ ୧୪୪ଟି ୱାର୍ଡ ଅଛି । ଜ୍ଞାନେଶ କୁମାରଙ୍କ ଅଧିକାରୀମାନେ ଏ ବିଷୟରେ ଚିନ୍ତା କରିଛନ୍ତି କି ? BLO ମାନଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯାଇଛି କି ବୋଲି ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button