ରାଜ୍ୟ
Bribe: ମାମଲା ରଫାଦଫା ପାଇଁ ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ; ଥାନା ବିଶ୍ରାମଗୃହରୁ ମିଳିଲା ୧.୫୫ ଲକ୍ଷ ଟଙ୍କା
ଲାଞ୍ଚ ଟଙ୍କା ନେବା ପରେ ଭିଜିଲାନ୍ସ ଟିମ୍କୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ। ରାସ୍ତାରେ ଦୌଡ଼ିବା ସହ ଶେଷରେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ହେଲେ ଭିଜିଲାନ୍ସ ଟିମ୍ର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରିଥିଲେ।

ସମ୍ବଲପୁର: ହୀରାକୁଦ ଉପର ମୁଣ୍ଡରୁ ମହାନଦୀରେ ଜଳପ୍ରବାହ ହ୍ରାସ ପାଉଛି। ସୋମବାର ସଂଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୩୧ ଫୁଟ ରହିଥିଲା। ଏହି ସମୟରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬୭ ହଜାର ୯ ଘନଫୁଟ ପାଣି ପ୍ରବେଶ କରୁଥିଲା ବେଳେ ଖୋଲାଥିବା ୫ଟି ଗେଟ୍ ଓ ଅନ୍ୟାନ୍ୟ ମାର୍ଗଦେଇ ହାରାହାରି ୧ ଲକ୍ଷ ୧୭ ହଜାର ୮୩୩ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।
ସ୍ପିଲ୍ୱେ ଦେଇ ୮୧ ହଜାର ୯୪୦ କ୍ୟୁସେକ୍, ପାୱାର ଚାନେଲ ଦେଇ ୩୧ ହଜାର ୪୭୯ କ୍ୟୁସେକ୍, ଶିଳ୍ପସଂସ୍ଥା ପାଇଁ ୨୩୭ କ୍ୟୁସେକ୍, ବିଭିନ୍ନ କେନାଲକୁ ୪୧୭୭ କ୍ୟୁସେକ୍ ପାଣି ଛଡ଼ାଯାଉଥିଲା। ସେହି ସମୟରେ ମହାନଦୀ ତଳମୁଣ୍ଡ ଗେଜ୍ ଷ୍ଟେସନଗୁଡ଼ିକ ମଧ୍ୟରୁ ବେଲଗାଁରେ ୧୬ ହଜାର କ୍ୟୁସେକ୍, ପଥର୍ଲାରେ ୫୦ ହଜାର ୧୫୪ କ୍ୟୁସେକ୍, ଖଇରମାଳରେ ୧ ଲକ୍ଷ ୭୪ ହଜାର କ୍ୟୁସେକ୍, ବରମୂଳରେ ୮୨ ହଜାର କ୍ୟୁସେକ୍ ଓ ମୁଣ୍ଡଳିରେ ୧ ଲକ୍ଷ ୨୪ ହଜାର ୩୦୧ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା।
ସୌଜନ୍ୟ ସମ୍ବାଦ




