ଖେଳ

East Zone Inter-University Women’s Hockey: ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି: କିସ୍‌ର ଏକତରଫା ବିଜୟ

ରାଉରକେଲାରେ ଚାଲିଥିବା ପୂର୍ବାଞ୍ଚଳ ମହିଳା ହକିରେ କିସ୍‌ ୯-୦ ଗୋଲ୍‌ରେ ଭି.ବି. ବିଶ୍ୱବିଦ୍ୟାଳୟକୁ ହରାଇଲା। ଅନ୍ୟ ମ୍ୟାଚ୍‌ରେ ମଣିପୁର ସୁଟ୍‌ଆଉଟ୍‌ରେ ବିଜୟୀ।

ରାଉରକେଲା: ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତାରେ ବୁଧବାର ୩ଟି ମ୍ୟାଚ୍‌ ଖେଳାଯାଇଛି। ନିଜର ପ୍ରଥମ ମ୍ୟାଚ୍‌ରେ ସନ୍ଥ ଗହୀର ଗୁରୁ ବିଶ୍ବବିଦ୍ୟାଳୟଠାରୁ ପରାଜିତ ହୋଇଥିବା କିସ୍‌ (ଭୁବନେଶ୍ବର) ଆଜି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି।

ଆଜି ଦଳ ସଂପୂର୍ଣ୍ଣ ଏକତରଫା ଭାବେ ୯-୦ ଗୋଲ୍‌ରେ ଭି.ବି.ୟୁନିଭର୍ସିଟି (ହଜାରିବାଗ)କୁ ପରାସ୍ତ କରିଛି। ଦଳର ଖେଳାଳିମାନେ ପ୍ରାରମ୍ଭରୁ ହିଁ ଆକ୍ରମଣାତ୍ମକ ଶୈଳୀ ଆପଣେଇ ପ୍ରତିପକ୍ଷକୁ କୌଣସି ସୁଯୋଗ ଦେଇନଥିଲେ। ଅନ୍ୟପଟେ ଦ୍ୱିତୀୟ ମ୍ୟାଚ୍‌ରେ ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ବବିଦ୍ୟାଳୟ (ରାୟପୁର) ଚମତ୍କାର ପ୍ରଦର୍ଶନ କରି ୫-୦ ଗୋଲ୍‌ରେ ଦୀନ ଦୟାଲ ଉପାଧ୍ୟାୟ ବିଶ୍ବବିଦ୍ୟାଳୟ (ଗୋରଖପୁର)କୁ ପରାସ୍ତ କରିଛି।

ମଣିପୁର ବିଶ୍ୱବିଦ୍ୟାଳୟ ଓ ହେମଚନ୍ଦ ଯାଦବ ବିଶ୍ବବିଦ୍ୟାଳୟ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଦଳ ୨-୨ ଗୋଲ୍‌ରେ ବରାବର ରହିଥିଲେ। ତେବେ ସୁଟ୍‌ଆଉଟ୍‌ରେ ମଣିପୁର ବିଶ୍ୱବିଦ୍ୟାଳୟ ୩-୨ ଗୋଲ୍‌ରେ ବାଜିମାରିନେଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button