ରାଜ୍ୟ

ପୂଜା ପାଇଁ ଆସିଲେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ, କଟକର ବିଭିନ୍ନ ପୂଜା ମଣ୍ଡପରେ ହେ​‌ବେ ମୁତୟନ

କଟକ,୧୫/୧୦: ଦଶହରାରେ  ଆଇନ୍‌ ଶୃଙ୍ଖଳା ନିୟନ୍ତ୍ରଣ, ଟ୍ରାଫିକ୍‌  ପରିଚାଳନା ଓ ସୁରକ୍ଷା ଆଦି ଦୃଷ୍ଟିରୁ  ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅଧିକ ଫୋର୍ସ ମୁତୟନ ହେବେ ।  ସହରର ବିଭିନ୍ନ ସମ୍ବେଦନଶୀଳ  ଅଞ୍ଚଳରେ ମୁତୟନ ଲାଗି କେନ୍ଦ୍ରୀୟ  ଅର୍ଦ୍ଧ ସାମରିକ ବାହିନୀ ବୁଧବାର  ଅପରାହ୍ନରେ କଟକରେ ପହଞ୍ଚିଛନ୍ତି । ସିଆର୍‌ପିଏଫ୍‌ର ର‌୍ୟାପିଡ୍‌ ଆକ୍ସନ ଫୋର୍ସ ଗୋଟେ କମ୍ପାନୀ ଯଥା ଶହେରୁ ଅଧିକ  ବନ୍ଧୁକଧାରୀ ପୁଲିସ ସହରର ବିଭିନ୍ନ  ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ  ରହିବେ । ପୂଜାଠାରୁ ଭସାଣି ଶେଷ  ହେବା ଯାଏ ଅର୍ଦ୍ଧସାମରିକ ବାହିନୀ  କମିସନରେଟ୍‌ ପୁଲିସକୁ ଆଇନ ଶୃଙ୍ଖଳା  ନିୟନ୍ତ୍ରଣରେ ସହଯୋଗ କରିବେ ।

ଅର୍ଦ୍ଧସାମରିକ ବାହିନୀର ଯବାନଙ୍କଠାରୁ  ଆରମ୍ଭ କରି ଅଫିସରମାନେ ବିଜୁ ଭବନ  ନିକଟସ୍ଥ କଟକ ମହାନଗର ନିଗମ  କଲ୍ୟାଣ ମଣ୍ଡପରେ ଆଶ୍ରୟ ନେବା  ପାଇଁ ବନ୍ଦୋବସ୍ତ କରାଯାଇଛି ।  ସିଆରପିଏଫ୍‌ର ରାପିଡ୍  ଆକ୍ସନ ଫୋର୍ସ  ଦରଘାବଜାର,  ହାତୀପୋଖରୀ,  କେଶରପୁର, ବକ୍ସିବଜାର, ଯୋବ୍ରା,  ହାଓଡା ମୋଟର ଛକ ଆଦି କେଉଁ  ଅଞ୍ଚଳରେ କେତେ ମୁତୟନ ହେବେ  ତାର ଏକ ତାଲିକା ପ୍ରସ୍ତୁତ ହୋଇଛି ।  ଅର୍ଦ୍ଧସାମରିକ ବାହିନୀ ସହ ଏଥର ଦଶହରାରେ ପ୍ରାୟ ୬୦ ପ୍ଲାଟୁନ୍‌ ଫୋର୍ସ  ମୁତୟନ ହେବେ ବୋଲି ଶୁଣିବାକୁ ମିଳିଛି ।

​​​​​​​

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button