‘ପୂର୍ବରୁ ISROରେ କାମ କରୁଥିଲି, ଏବେ ମୁଁ ରେଷ୍ଟୁରାଣ୍ଟ ମ୍ୟାନେଜର !’ ବୈଜ୍ଞାନିକ ବଖାଣିଲେ କାହିଁକି ଛାଡିଲେ ରକେଟ ମିଶନ

ନୂଆଦିଲ୍ଲୀ ୦୭/୦୧: ଦୁନିଆ ଯେମିତି ଗୋଲ, ଲୋକଙ୍କ ଜୀବନ ବି ଠିକି ସେମିତି । କେତେବେଳେ ଉତ୍ଥାନ ତ ଆଉ କେତେବେଳେ ପତ୍ତନ । ଜୀବନର ସବୁଠାରୁ ଗଭୀର କାହାଣୀ ସବୁ ସାଧାରଣ ସ୍ଥାନରେ ଶୁଣିବାକୁ ମିଳେ । ଏମିତି କିଛି କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୁଏ । ଏମିତି ଗୋଟିଏ କାହାଣୀ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯେଉଁଠି ରେଷ୍ଟୁରାଣ୍ଟର ଗୋଟିଏ ସାଧାରଣ କଥାବାର୍ତ୍ତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଭିଡିଓରେ ଦେଖାଯାଉଛି ଯେ ଜଣେ ଗ୍ରାହକ ରେଷ୍ଟୁରାଣ୍ଟରେ ଖାଉଛନ୍ତି । ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପଚାରୁଛନ୍ତି ଯେ ସେ ମ୍ୟାନେଜର କି? ସେହି ବ୍ୟକ୍ତି ଶାନ୍ତ ଭାବରେ ଉତ୍ତର ଦିଅନ୍ତି, “ହଁ।” ଗ୍ରାହକ ତା’ପରେ ପଚାରନ୍ତି ଯେ ସେ ସେଠାରେ କେତେ ସମୟ ଧରି କାମ କରୁଛନ୍ତି। ମ୍ୟାନେଜର ଉତ୍ତର ଦିଅନ୍ତି, “ତିନି ମାସ।”ଏମିତି ଆଲୋଚନା ଆଗକୁ ବଢେ । ରେଷ୍ଟୁରାଣ୍ଟ ପରିଚାଳକ ପ୍ରକାଶ କରନ୍ତି ଯେ ସେ ପୂର୍ବରୁ ISRO (ଭାରତୀୟ ମହାକାଶ ଗବେଷଣା ସଂଗଠନ) ରେ କାମ କରିଥିଲେ ।
ଗ୍ରାହକ ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି ଯେ ସେ ସେଠାରେ କ’ଣ କରୁଥିଲ । ମ୍ୟାନେଜର ଉତ୍ତର ଦିଅନ୍ତି, “ମୁଁ ସେଠାରେ ଜଣେ ରକେଟ୍ ବୈଜ୍ଞାନିକ-ଇଞ୍ଜିନିୟର ଥିଲି। ଗ୍ରାହକ, ବିଶ୍ୱାସ କରି ନ ପାରି ପଚାରନ୍ତି, “ତୁମେ ISRO ଛାଡି ଏଠାକୁ ଆସିଛ?” ମ୍ୟାନେଜର ଅନୁତାପ ନକରି କୁହନ୍ତି, “ହଁ, ମୁଁ ସେଠାରେ ୧୬ ବର୍ଷ କାମ କରୁଥିଲି । କିନ୍ତୁ ୧୬ ବର୍ଷ କାମ କରିବା ପରେ ବହୁତ ଅସହ୍ୟ ହୋଇପଡିଲା ଜୀବନ । କାରଣ ଏତେ ଚାପରେ କାମ କରିବ କିଏ ।ପରେ ସେ ତାଙ୍କ ନିଜ କାମର ବାଖ୍ୟା କରି କୁହନ୍ତି ଯେ, ISROରେ ସାଟେଲାଇଟ୍ ଆସେମ୍ବଲି ଅତ୍ୟନ୍ତ ଚାପପୂର୍ଣ୍ଣ ।
ସୌଜନ୍ୟ ସମ୍ବାଦ



