ଜୀବନଚର୍ଯ୍ୟା
Bhastrika Pranayam: ବାତ, ପିତ୍ତ, କଫ ଦୂର କରେ ଭସ୍ତ୍ରିକା ପ୍ରାଣାୟମ୍
ଭସ୍ତ୍ରିକା ପ୍ରାଣାୟମ୍ ଅଭ୍ୟାସଦ୍ବାରା ଶରୀରର ବିଷାକ୍ତ ଦ୍ରବ୍ୟଗୁଡ଼ିକ ଜଳିଯାଏ ଏବଂ ବାତ, ପିତ୍ତ, କଫ ରୋଗରୁ ଶରୀର ମୁକ୍ତ ହୁଏ। ଫୁସ୍ଫୁସ୍ରେ ବାୟୁ ଶୀଘ୍ର ବିନିମୟ ହେବାଦ୍ବାରା ରକ୍ତ ସ୍ରୋତରେ ମଧ୍ୟ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବିନିମୟରେ ବୃଦ୍ଧି ହୁଏ।

ଭସ୍ତ୍ରିକା ପ୍ରାଣାୟମ୍ ଅଭ୍ୟାସଦ୍ବାରା ଶରୀରର ବିଷାକ୍ତ ଦ୍ରବ୍ୟଗୁଡ଼ିକ ଜଳିଯାଏ ଏବଂ ବାତ, ପିତ୍ତ, କଫ ରୋଗରୁ ଶରୀର ମୁକ୍ତ ହୁଏ। ଫୁସ୍ଫୁସ୍ରେ ବାୟୁ ଶୀଘ୍ର ବିନିମୟ ହେବାଦ୍ବାରା ରକ୍ତ ସ୍ରୋତରେ ମଧ୍ୟ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବିନିମୟରେ ବୃଦ୍ଧି ହୁଏ। ସ୍ତ୍ରୀ ଲୋକମାନେ ସନ୍ତାନ ଜନ୍ମ ସମୟରେ ଏହାକୁ ବ୍ୟବହାର କରିପାରିବେ। ଶ୍ବାସ ରୋଗୀଙ୍କ ପାଇଁ ବା ଫୁସ୍ଫୁସ୍ର ଅନ୍ୟ ସମସ୍ୟା ଥିଲେ ଏହା ଏକ ଉତ୍ତମ ଅଭ୍ୟାସ। ଗଳାଫୁଲା ବା କଫ ଜମାହେଲେ କମାଇ ଦିଏ। ସ୍ନାୟୁ ତନ୍ତ୍ରରେ ଭାରସାମ୍ୟ ଆଣେ ଏବଂ ଶକ୍ତିଶାଳୀ କରେ, ମନ ଶାନ୍ତ ଓ ସ୍ମରଣ ଶକ୍ତି ବଢ଼ାଇଥାଏ ବୋଲି ଯୋଗୁ ଗୁରୁ ଗଣେଶ୍ବର ଗୋଚ୍ଛିକାର କହନ୍ତି।




