ଓଡିଶା

ପ୍ରଭାରୀଙ୍କ ଦମ୍ଭୋକ୍ତି : ରାଜ୍ୟସଭା ନିର୍ବାଚନରେ ତିନୋଟି ସିଟ୍ ଦଖଲ କରିବ ବିଜେପି

ରାଜ୍ୟସଭା ନିର୍ବାଚନରେ ୩ ସିଟ୍ ଦଖଲ କରିବ ବିଜେପି । ଦମ୍ଭୋକ୍ତି ପ୍ରକାଶ କଲେ ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ।

ଭୁବନେଶ୍ବର ୧୩।୨: ରାଜ୍ୟସଭା ନିର୍ବାଚନରେ ୩ ସିଟ୍ ଦଖଲ କରିବ ବିଜେପି । ଦମ୍ଭୋକ୍ତି ପ୍ରକାଶ କଲେ ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ସେ କହିଛନ୍ତି, ତିନୋଟି ସିଟ୍ ବିଜେପି ଖାତାକୁ ଯିବ । ଏନେଇ ରଣନୀତି କରାଯାଇଛି । ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ । କିନ୍ତୁ ମୋର ଆଶା ୩ଟି ସିଟ୍ ବିଜେପି ଦଖଲ କରିବ ଅପେକ୍ଷା କରନ୍ତୁ ବୋଲି ବିଜୟ ପାଲ୍ ସିଂ ତୋମାର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପାଇଁ ଓଡ଼ିଶାରୁ ୪ଟି ସିଟ୍ ଖାଲି ହେବ । ୪ଟି ଆସନ ଭିତରୁ ବିଜେପି ୨ଟି ଏବଂ ବିଜେଡି ଗୋଟିଏ ଆସନ ଜିତିବା ଥୟ । କିନ୍ତୁ କିଏ ଏହି ଆସନରେ ପ୍ରାର୍ଥି ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିଭଳି ଚତୁର୍ଥ ସିଟ୍ ପାଇଁ ବିଜେପି କି ବିଜେଡି ପାଖରେ ସଂଖ୍ୟା ନଥିବାରୁ ଏହି ଆସନ ପାଇଁ ଛକାପଞ୍ଛା ଦେଖିବାକୁ ମିଳିବ । ଚତୁର୍ଥ ସିଟ୍‌କୁ ନେଇ ଏବେ ବି କଳ୍ପନାଜଳ୍ପନା ଜାରି ରହିଛି । ତେଣୁ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ କ’ଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button