Breaking News

ପ୍ରେମରେ ଅଧୀନତା ହିଁ ମୁକ୍ତି, ସେବା ନାରୀର ବଳ

କୁହାଯାଏ ସେବା ହେଉଛି ନାରୀମାନଙ୍କର ବଳ। ଏହାରି ଭିତରଦେଇ ସେମାନେ ସମଗ୍ର ପରିବାରଟାକୁ ନିଜର ବଶୀଭୂତ କରିପାରନ୍ତି। ବେଳେ ବେଳେ କିଏ କେତେ ପ୍ରକାର କଥା କହିଲେ ମଧ୍ୟ ତାଙ୍କ ବିନା ସଂସାର ଚଳେନା।

 

କୁହାଯାଏ ସେବା ହେଉଛି ନାରୀମାନଙ୍କର ବଳ। ଏହାରି ଭିତରଦେଇ ସେମାନେ ସମଗ୍ର ପରିବାରଟାକୁ ନିଜର ବଶୀଭୂତ କରିପାରନ୍ତି। ବେଳେ ବେଳେ କିଏ କେତେ ପ୍ରକାର କଥା କହିଲେ ମଧ୍ୟ ତାଙ୍କ ବିନା ସଂସାର ଚଳେନା। ଗୋଟିଏ ଦିନ ବି ବାପଘରକୁ ଗଲେ ଡାକରା ପଡ଼େ। ଏଣୁ ନାରୀକୁ ବିବାହ ପରେ କାହାରି ଗଳଗ୍ରହ ହୋଇ ବା କାହାରି ଉପରେ ନିର୍ଭର କରି ଚଳିବାକୁ ହୁଏନା। ବରଂ ତାଙ୍କ ଉପରେ ସମସ୍ତେ ନିର୍ଭର କରନ୍ତି। ବଧୂ ସମସ୍ତ ଗୃହକର୍ମ କରୁଥିଲେ ମଧ୍ୟ ଦାସୀ ପରି ଚଳେନା ବା ସେପରି ଭାବନା ମନକୁ ଆଣେନା। ବରଂ ଚଳେ ସଂରାଜ୍ଞୀ ପରି। ବିବାହ ସମୟରେ ପୁରୋହିତ ମନ୍ତ୍ର ଉଚ୍ଚାରଣ କରନ୍ତି- ‘ଶ୍ୱଶୁରେ ସଂରାଜ୍ଞୀ ଭବ… ସଂରାଜ୍ଞୀ ଚ ନନାନ୍ଦରି…’ -ଅର୍ଥାତ୍ ଏହି ମନ୍ତ୍ରରେ କନ୍ୟାକୁ ଶ୍ୱଶୁରଗୃହରେ ସଂରାଜ୍ଞୀ ହେବାକୁ ଆଶୀର୍ବାଦ କରାଯାଇଛି। ସଂରାଜ୍ଞୀ ହେବା ଅର୍ଥ ସେବାପରିଚର୍ଯ୍ୟାଦ୍ୱାରା ସମସ୍ତଙ୍କର ହୃଦୟ ଜୟକରିବା। ଆଜିକାଲି କେତେକ ଗୃହବଧୂ କେତେକ କ୍ଷେତ୍ରରେ କହିବାର ଶୁଣାଯାଉଛି- ମୁଁ କ’ଣ ତୁମର ଦାସୀ ହୋଇଛି, ନା ମୋତେ ତୁମେ ଦରମା ଦେଇ ରଖିଛ, ଏତେ କାମ ମୁଁ କରିବି କାହିଁକି? ମୋର କ’ଣ କିଛି ସ୍ବାଧୀନତା ନାହିଁ? ଆଜିକାଲି ଖୁବ୍ ନାରୀ-ସ୍ବାଧୀନତାର କଥା ବି ଶୁଣାଯାଉଛି। କିନ୍ତୁ ପ୍ରେମରେ ଅଧୀନତାହିଁ ମୁକ୍ତି।

 

 

 

ସୌଜନ୍ୟ – ସମ୍ବାଦ

Comments are closed.