ଦେଶ ବିଦେଶ
ଫରିଦାବାଦରେ ୨.୯ ତୀବ୍ରତାର ଭୂକମ୍ପ
ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି (ଏନ୍ସିଏସ୍) ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୬ଟା ୩୩ରେ ଏହି ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ୫ କିମି ଗଭୀରତାରେ ଥିଲା ।

ନୂଆଦିଲ୍ଲୀ : ହରିୟାଣାର ଫରିଦାବାଦରେ ଆଜି ୨.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି (ଏନ୍ସିଏସ୍) ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୬ଟା ୩୩ରେ ଏହି ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ୫ କିମି ଗଭୀରତାରେ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ଉଲ୍ଲେଖଯୋଗ୍ୟ, ଗତ ସୋମବାର ରାତି ୧୧ଟା ୫୬ରେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ୩.୧ ତୀବ୍ରତାର ଭୂକମ୍ପ ହୋଇଥିଲା ।
ସୌଜନ୍ୟ ସମ୍ବାଦ




