ରାଶିଫଳ

ଫେବୃଆରୀ ୦୪ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ଆସନ୍ତାକାଲି କୌଣସି ବିଷୟକୁ ନେଇ ଆପଣଙ୍କର ଚିନ୍ତା ବୃଦ୍ଧି ପାଇପାରେ ଏବଂ ସାମାନ୍ୟ ସ୍ୱାସ୍ଥ୍ୟ ହାନି ହେବାର ସମ୍ଭାବନା ଅଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଏକାଗ୍ରତା ରଖିବା ପାଇଁ ସଂଘର୍ଷ କରିବେ। ନିଜର ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ କାରଣ ପେଟ ଜନିତ ସମସ୍ୟା ଦେଖାଦେଇପାରେ।

ବୃଷ– ବୁଧବାର କୌଣସି ଅଘଟଣ ଘଟିବାର ଭୟ ରହିଛି ଯାହା ଫଳରେ ମାନସିକ ଅଶାନ୍ତି ଦେଖା ଦେଇପାରେ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଅନ୍ୟମନସ୍କ ରହିବା ଯୋଗୁଁ ପାଠପଢ଼ାରେ ପଛରେ ପଡ଼ିପାରନ୍ତି। କାହାରି ସହ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ ଏବଂ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ମିଥୁନ– ଆସନ୍ତାକାଲି ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ ଏବଂ ବିଭିନ୍ନ ପ୍ରକାର ଦ୍ରବ୍ୟ ଲାଭ ହେବାର ଯୋଗ ଅଛି। ବ୍ୟବସାୟରେ ଲାଭ ମିଳିବା ସହ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରଶଂସିତ ହେବେ। କୌଣସି ନୂତନ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ଦିନଟି ଶୁଭ ଅଟେ।

କର୍କଟ– ବୁଧବାର ଆପଣଙ୍କ ପାଇଁ ଘାତବାର ଏବଂ ଘାତ ଚନ୍ଦ୍ର ରହିଛି ତେଣୁ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ଏବଂ ଯାନବାହନ ଚଳାଚଳ ସମୟରେ ଅତି ସତର୍କ ରୁହନ୍ତୁ।

ସିଂହ– ଆପଣଙ୍କ ପାଇଁ ସୌଭାଗ୍ୟର ଦିନ ଅଟେ ଏବଂ ଚତୁର୍ଦ୍ଦିଗରୁ ସହଯୋଗ ବୃଦ୍ଧି ପାଇବା ସହ ଭାଗ୍ୟ ଉଦୟ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଆପଣଙ୍କର ପଦପ୍ରତିଷ୍ଠା ବଢ଼ିବ ଏବଂ ମନ ଅତ୍ୟନ୍ତ ପ୍ରଫୁଲ୍ଲ ରହିବ।

କନ୍ୟା-ଆସନ୍ତାକାଲି ଅନାବଶ୍ୟକ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ ହେବ ଏବଂ କୌଣସି ନା କୌଣସି କ୍ଷୟ କ୍ଷତି ହେବାର ଆଶଙ୍କା ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ। ଆଜି ଆର୍ଥିକ ନେଣଦେଣ କଲାବେଳେ ସାବଧାନ ରୁହନ୍ତୁ ଏବଂ କାହାରିକୁ ଧାର ଦିଅନ୍ତୁ ନାହିଁ।

ତୁଳା-ହଠାତ୍ ଧନ ଲାଭର ଯୋଗ ରହିଛି ଏବଂ ଘରକୁ ଅତିଥିଙ୍କ ଆଗମନ ହେବା ଫଳରେ ଅତିଥି ସତ୍କାରରେ ସମୟ କଟିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ସୁଯୋଗ ପାଇବେ। ପାରିବାରିକ ସମ୍ପର୍କରେ ନିବିଡ଼ତା ଆସିବ ଏବଂ ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ।

ବିଛା– ବୁଧବାର ମନରେ ସୁଖ ଶାନ୍ତି ବଜାୟ ରହିବା ସହ ଦୀର୍ଘ ଦିନରୁ ଥିବା କୌଣସି ଇଚ୍ଛା ପୂର୍ଣ୍ଣ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଭଲ ଫଳାଫଳ ପାଇ ଗର୍ବିତ ଅନୁଭବ କରିବେ। ଆଜି କୌଣସି ମୁଲ୍ୟବାନ ସମ୍ପତ୍ତି କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି।

ଧନୁ– ଆସନ୍ତାକାଲି ମନରେ କୌଣସି କାରଣକୁ ନେଇ ଅସୁଖୀ ଅନୁଭବ କରିପାରନ୍ତି କିନ୍ତୁ କୌଣସି ମହତ କାର୍ଯ୍ୟରେ ଯୋଗଦାନ କରି ଆତ୍ମସନ୍ତୋଷ ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କର ଏକାଗ୍ରତାର ଅଭାବ ରହିପାରେ। ଆଜି ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାଇଲେ ମାନସିକ ଶାନ୍ତି ମିଳିବ।

ମକର– କୌଣସି ଅଘଟଣ ଘଟିବାର ଆଶଙ୍କା ଅଛି ଏବଂ ଘାତ ଚନ୍ଦ୍ର ହେତୁ ନାନା କ୍ଷତି ସହିବାକୁ ପଡ଼ିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜି ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନମାନଙ୍କ ପରାମର୍ଶ ନିହାତି ନିଅନ୍ତୁ।

କୁମ୍ଭ– ବୁଧବାର ଆପଣଙ୍କ ପାଇଁ ଅର୍ଥ ଲାଭର ପ୍ରବଳ ଯୋଗ ରହିବା ସହ ସମୃଦ୍ଧି ଲାଭ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ କୌଣସି ବଡ଼ ପ୍ରତିଷ୍ଠାନରୁ ସୁଯୋଗ ପାଇପାରନ୍ତି। ବ୍ୟବସାୟରେ ନୂତନ ଅଂଶୀଦାର ଯୋଡ଼ି ହେବା ଫଳରେ ଲାଭାଂଶ ବୃଦ୍ଧି ପାଇବ।

ମୀନ– ଆସନ୍ତକାଲି କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ଶୁଭ ଖବର ମିଳିବା ସହ ପରିବାରରେ ଖୁସିର ବାତାବରଣ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତାର ଶୀର୍ଷରେ ପହଞ୍ଚିବେ। ଆଜି ଜୀବନସାଥୀଙ୍କ ସହ ସମ୍ପର୍କରେ ଉନ୍ନତି ଆସିବ ଏବଂ ଘରୋଇ ସମସ୍ୟାର ସମାଧାନ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ Prameya News7

 

Show More

Leave a Reply

Your email address will not be published. Required fields are marked *

Back to top button