ଅର୍ଥନୀତିଓଡିଶା

ବଜେଟ ଅଧିବେଶନର ଦ୍ୱିତୀୟ ଦିନ, ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇପାରେ ଗୃହ

ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା, ମଣ୍ଡି ସମସ୍ୟା ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ।

ଭୁବନେଶ୍ୱର ୧୮/୦୨: ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା, ମଣ୍ଡି ସମସ୍ୟା ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ।

ସେହିଭଳି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସମବାୟ, ଶକ୍ତି, ବ୍ୟୟନ ଶିଳ୍ପ, msme, ଓ ବିଜ୍ଞାନ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି । ସେହିଭଳି ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ବିରୋଧୀ ଓ ଶାସକ ଦଳ ଗୃହରେ ଉଠାଇବେ। କଂଗ୍ରେସ ପକ୍ଷରୁ ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦିଆଯିବ।

​​​​​​​ସୂଚନା ଥାଉକି, ମଙ୍ଗଳବାରଠୁ ଆରମ୍ଭ ହୋଇଥିଲା ବିଧାନସଭା ବଜେଟ ଅଧିବେଶନ । ପ୍ରଥମ ଦିନରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ହରିବାବୁ କମ୍ୱପପତି । ସରକାରଙ୍କ ସଫଳତାର ଫର୍ଦ୍ଦ ଓଲଟାଇଥିଲେ ରାଜ୍ୟପାଳ । କହିଥିଲେ, ଓଡ଼ିଶା ପାଲଟିବ ଭାରତ ବିକାଶର ଗ୍ରୋଥ ଇଞ୍ଜିନ ।

ଆହୁରି ବି କହିଥିଲେ ରାଜ୍ୟରେ ନୂଆ ସରକାର୍ ଆସିବା ପରେ ୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ ୧୯ ହଜାର ସୃଷ୍ଟି କରିବାକୁ ଧାର୍ଯ୍ୟ କରାଯାଇଥିଲା । SHG ସଦସ୍ୟ ମାନଙ୍କୁ ବାର୍ଷିକ ଅନ୍ୟୁନ ଏକ ଲକ୍ଷ ଟଙ୍କା ରୋଜଗାର କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜ୍ୟ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button