ଜଳବାୟୁମହାନଗର

ବଢ଼ିବ ଗରମ, ଆସନ୍ତା ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢିପାରେ ପାରଦ

ଭୁବନେଶ୍ୱର ୨୭।୦୨ : ବଢ଼ିବ ଗରମ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ଆସନ୍ତା ୩ ଦିନ ଭିତରେ। ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ କ୍ରମାଗତ ଭାବେ ଦିନ ତାପମାତ୍ରା ବଢ଼ି ଚାଲିବ। ବର୍ଷାର ସମ୍ଭାବନା ପ୍ରାୟତଃ ନାହିଁ। ପାଗ ପୂରା ଶୁଖିଲା ରହିବ।

ତେବେ ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୫ ଭିତରେ ତାପମାତ୍ରା ୩୪ ଡିଗ୍ରୀ ଭିତରେ ରହିପାରେ। ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଅଛି । ମାର୍ଚ୍ଚ ୬ରୁ ୧୨ ପର୍ଯ୍ୟନ୍ତ ତାତି ବେଶି ବଢ଼ିବ। ଏପରିକି ୩୬ ଡିଗ୍ରୀ ଡେଇଁଯିବ ପ୍ରାୟତଃ ଅଞ୍ଚଳରେ । କେତେକ ସ୍ଥାନରେ ୩୮ ଡିଗ୍ରୀ ପହଞ୍ଚିପାରେ। ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିପାରେ ଦିନ ତାପମାତ୍ରା। ରାତି ତାପମାତ୍ରା ମଧ୍ୟ ବଢ଼ିପାରେ । ଗୁରୁବାର ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୫ ଡିଗ୍ରୀ, ଝାରସୁଗୁଡ଼ା ୩୪.୪, ହୀରାକୁଦ ୩୪, ଢେଙ୍କାନାଳ ୩୪ ଡିଗ୍ରୀ ସେଲସିୟସ୍ ଥିଲା । ସମ୍ବଲପୁର ୩୩.୮, ଭଦ୍ରକ ୩୩.୭, ଟିଟିଲାଗଡ଼ ୩୩.୬, ଭୁବନେଶ୍ୱର ୩୩.୬, ବାଲେଶ୍ୱର ୩୩.୨ ଡିଗ୍ରୀ ଥିବାବେଳେ ବାରିପଦା, ସୁନ୍ଦରଗଡ଼, ତାଳଚେର, ସୋନପୁର, ବରଗଡ଼, ଜଗତସିଂହପୁରରେ ପାରଦ ୩୩ ଟପିଥିଲା। ଏପଟେ ରାତିରେ ଏବେ ବି ପାରଦ ସ୍ୱାଭାବିକଠାରୁ କମ୍ ରହିଛି। ଯେଉଁଥିପାଇଁ ରାତି ସମୟରେ ହାଲୁକା ଥଣ୍ଡା ଏବେ ବି ଅନୁଭୂତ ହେଉଛି। କେତେକ ସ୍ଥାନରେ ଗତକାଲ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଭିତରେ ଥିଲା।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button