ରାଜ୍ୟ

Raavan: ‘ଜୁଆ ଖେଳିନଥିଲେ ରାବଣ’

ରାବଣଙ୍କୁ ନେଇ ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ନିଆରା ଢଙ୍ଗରେ ଏକ ପୋଷ୍ଟ କରାଯାଇଛି। ଯାହାକୁ ସମସ୍ତଙ୍କୁ ପସନ୍ଦ କରୁଥିବାବେଳେ ଜୁଆ ଖେଳିଲେ କଣ ହୁଏ ତାହାର ସମ୍ୟକ ସୂଚନା ଦିଆଯାଇଛି।

ଭୁବନେଶ୍ୱର: ତ୍ରେତୟା ଯୁଗରେ ପ୍ରବଳ ପ୍ରତାପୀ ଲଙ୍କାପତି ରାବଣଙ୍କ କଥା ତ ଆପଣ ଜାଣିଥିବେ। ମାତା ସୀତାଙ୍କୁ ଅପହରଣ କରି ବନ୍ଧକ ଭାବେ ରଖିଥିବା ଦଶାନନ ରାବଣଙ୍କ ଚରିତ୍ର ଆପଣଙ୍କର ମନେଥିବ। ପ୍ରତିବର୍ଷ ବିଜୟା ଦଶମୀରେ ରାବଣ ପୋଡି ବି ଦେଖି ଦେଖି ଆପଣଙ୍କ ସେହି ଚରିତ୍ର ପୁଣି ଉଜ୍ଜୀବିତ ହୋଇଯାଉଥିବ। ତେବେ ରାବଣଙ୍କୁ ନେଇ ଗଞ୍ଜାମଜିଲ୍ଲା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ନିଆରା ଢଙ୍ଗରେ ଏକ ପୋଷ୍ଟ କରାଯାଇଛି। ଯାହାକୁ ସମସ୍ତଙ୍କୁ ପସନ୍ଦ କରୁଥିବାବେଳେ ଜୁଆ ଖେଳିଲେ କଣ ହୁଏ ତାହାର ସମ୍ୟକ ସୂଚନା ଦିଆଯାଇଛି।

ଅନେକ ସମୟରେ ଆପଣ ବି ଖବରରେ ପଢ଼ିଥିବେ ଜୁଆ ଆଡ୍ଡାରେ ଚଢ଼ାଉ…ଜୁଆଡି ଗିରଫ…ତେବେ ଏହି ପୋଷ୍ଟରେ କିନ୍ତୁ ଦର୍ଶାଯାଇଛି ଯେ ରାବଣ ଅନେକ ଖରାପ କାମ କରୁଥିଲେ ବି କେବେ ଜୁଆ ଖେଳିନଥିଲେ। ରାବଣଙ୍କ ପାଖରେ ଲକ୍ଷେ ଖରାପ ଗୁଣ ଥିଲା, ହେଲେ ସେ କେବେ ଜୁଆ ଖେଳିନଥିଲେ। ଏହାପରେ ଜନସାଧାରଣଙ୍କୁ ଅପିଲ କରି ପୁଲିସ ପକ୍ଷରୁ କୁହାଯାଇଛି ଯେ, ‘ଜୁଆ ଖେଳନ୍ତୁ ନାହିଁ, ନହେଲେ ଘର, ଟଙ୍କା ଓ ସମ୍ମାନ ସବୁ ଯିବ। ଜୁଆ ଓ ଅନଲାଇନ୍ ବେଟିଂରୁ ଦୂରେଇ ରୁହନ୍ତୁ। ପରିବାରକୁ ବଞ୍ଚାନ୍ତୁ। ଅଭିଯୋଗ ପାଇଁ ଡାଏଲ୍ କରନ୍ତୁ ୧୧୨’।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button