ମହାନଗର

Air India: ନୂଆ କ୍ୟାବିନ୍‌, 4K ସ୍କ୍ରିନ୍‌…ଅପଗ୍ରେଡ୍ ପରେ ଏଭଳି ଦେଖାଯାଉଛି ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଆଧୁନିକ ସୁବିଧା ଦେବାକୁ ବିମାନରେ ପରିବର୍ତ୍ତନ କରୁଛି ଏୟାର ଇଣ୍ଡିଆ । ଭିତର ଏବଂ ବାହାର ଡିଜାଇନ ପରିବର୍ତ୍ତନ କରାଯାଉଛି । ସିଟ୍ ସାଇଜ ବୃଦ୍ଧି କରାଯାଇଥିବା ବେଳେ, ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ଡ୍ରିମ୍ ଲାଇନର ବିମାନଗୁଡ଼ିକର ନବକଳେବର କରୁଛି ଏୟାର ଇଣ୍ଡିଆ । ପ୍ରଥମ ପର୍ଯ୍ୟାୟରେ ୨୬ଟି ବିମାନରେ ଏଭଳି ପରିବର୍ତ୍ତନ କରାଯାଉଥିବା ବେଳେ , ଯାତ୍ରୀଙ୍କୁ ମିଳିବ ଆଧୁନିକ ଉଡ଼ାଣ ଅନୁଭବ ।

୩୮ ଇଞ୍ଚ ସିଟ୍ ପିଚ୍, ୧୩.୩ ଇଞ୍ଚ ୪କେ ସ୍କ୍ରିନ୍, ଲେଗ୍-ରେଷ୍ଟ ଏବଂ କାଫ-ରେଷ୍ଟ… ଏୟାର ଇଣ୍ଡିଆ ଏହାର ବିମାନକୁ ରୂପାନ୍ତରିତ କରୁଛି। କମ୍ପାନୀ ପ୍ରଥମ ଅପଗ୍ରେଡେଡ୍ ବୋଇଂ ୭୮୭-୮ ଡ୍ରିମଲାଇନର୍ (VT-ANT) ସହ ଏହାର ଫ୍ଲିଟକୁ ଆଧୁନିକୀକରଣ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଛି। ଏହି ଭଳି ୨୬ଟି ପୁରୁଣା ଡ୍ରିମଲାଇନର୍ ଡିଜାଇ କରାଯିବ । ଏହା ଯାତ୍ରୀମାନଙ୍କୁ ଏକ ଉତ୍ତମ ଏବଂ ଆଧୁନିକ ଉଡ଼ାଣ ଅଭିଜ୍ଞତା ପ୍ରଦାନ କରିବ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି।

​​​​​​​

ଡିଜାଇନରେ ପ୍ରମୁଖ ପରିବର୍ତ୍ତନ

ଏୟାର ଇଣ୍ଡିଆ ବିମାନର ନବୀକରଣ କାଲିଫର୍ନିଆର ବୋଇଂର ଭିକ୍ଟୋରୀଭିଲ୍ ମୋଡିଫିକେସନ୍ ସେଣ୍ଟରରେ କରାଯାଇଛି । ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରମୁଖ ବୈଷୟିକ ଏବଂ ଡିଜାଇନ୍ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ବିଜନେସ୍ କ୍ଲାନରେ ୨୦ ଟି ସିଟ୍ ରହିଛି, ଯେଉଁଥିରେ ପ୍ରତ୍ୟେକ ସିଟ୍ ପାଇଁ ସ୍ଲାଇଡିଂ ଡୋର ସହିତ ଏକ ପ୍ରାଇଭେଟ୍ ସୁଟ୍, ୭୯-ଇଞ୍ଚର ଫ୍ଲାଟ୍ ବେଡ୍ ଏବଂ ୧୭-ଇଞ୍ଚର 4K ଟଚସ୍କ୍ରିନ୍ ରହିଥିବା ଜଣାପଡ଼ିଛି । ଏକାଧିକ ଚାର୍ଜିଂ ବିକଳ୍ପ ସହିତ ଯାତ୍ରୀଙ୍କ ପ୍ରାଇଭେସି ଲାଗି ବିଶେଷ ବ୍ୟବସ୍ଥା କରାଯାଇଛି ।

ନୂତନ ପରଦା, ଓ୍ବାଲ ପ୍ୟାନେଲ

ପ୍ରିମିୟମ୍ ଇକୋନୋମି କ୍ଲାସରେ ୩୮-ଇଞ୍ଚର ସିଟ୍ ପିଚ୍, ୧୩.୩-ଇଞ୍ଚର 4K ସ୍କ୍ରିନ୍, ଲେଗ୍ ରେଷ୍ଟ ଏବଂ କାଫ ରେଷ୍ଟ ସହିତ ୨୫ଟି ସିଟ୍ ଅଛି । ଇକୋନୋମି କ୍ଲାସରେ ୩୧-୩୨ ଇଞ୍ଚ ସିଟ୍ ପିଚ୍, ୧୧.୬ ଇଞ୍ଚର 4K ସ୍କ୍ରିନ୍ ଏବଂ ଚାର୍ଜିଂ ପୋର୍ଟ ସହିତ ୨୦୫ଟି ସିଟ୍ ରହିଛି । ବିମାନର ଭିତର ଭାଗରେ ୪୭୫ ମିଟର କପଡ଼ା, ୧୬୭ ମିଟର ସିନ୍ଥେଟିକ୍ ଲେଦର ଏବଂ ୧୬୯ ମିଟର ନୂତନ କାର୍ପେଟ୍ ବିଛାଯାଇଛି । ବିମାନରେ ପ୍ରାୟ ୬୪୬ ଲିଟର ରଙ୍ଗ ବ୍ୟବହାର କରାଯାଇଛି। କ୍ୟାବିନରେ ନୂତନ ପରଦା, ଓ୍ବାଲ୍ ପ୍ୟାନେଲ୍, ଅପଗ୍ରେଡେଡ୍ ପାଇଖାନା,ଏବଂ ଅପଡେଟ୍ କ୍ରୁ ସିଷ୍ଟମ୍ ମଧ୍ୟ ରହିଛି।

୨୦୨୭ ସୁଦ୍ଧା ଅପଗ୍ରେଡ୍ କରାଯିବ

ଏୟାର ଇଣ୍ଡିଆର ପ୍ରଥମ ବିମାନକୁ ଅପଗ୍ରେଡ୍ କରିବା ପାଇଁ ରେଟ୍ରୋଫିଟ୍ ପ୍ରୋଗ୍ରାମରେ ୪୫ ଦିନ ସମୟ ଲାଗିଥିଲା । ବିମାନକୁ କଲର କରିବା ପାଇଁ ୨୦ ଜଣ ଲୋକଙ୍କୁ ୧୮ ଦିନ ଲାଗିଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରାୟ ୪୦୦ ମିଲିୟନ ଡଲାର ଖର୍ଚ୍ଚ ହୋଇଛି । ଏୟାର ଇଣ୍ଡିଆ ଆଗାମୀ ବର୍ଷ ମଧ୍ୟରେ ବାକି ୨୫ ଡ୍ରିମଲାଇନର୍ ବିମାନକୁ ଅପଗ୍ରେଡ୍ କରିବାକୁ ଲକ୍ଷ୍ୟ ରଖିଛି। ତା’ପରେ ଏୟାରଲାଇନ୍ସ ଏହାର ବୋଇଂ 777-300ER ବିମାନକୁ ଅପଗ୍ରେଡ୍ କରିବ। ଏହି ପଦକ୍ଷେପ ଦ୍ୱାରା ୟୁକେ, ୟୁରୋପ ଏବଂ ଅଷ୍ଟ୍ରେଲିଆକୁ ୩୦୦ ରୁ ଅଧିକ ସପ୍ତାହିକ ଉଡ଼ାଣରେ ଯାତ୍ରୀଙ୍କ ଅଭିଜ୍ଞତା ଉନ୍ନତ ହେବ ବୋଲି ଆଶା କରାଯାଉଛି।

 

 

 

ସୌଜନ୍ୟ Prameya News7

Show More
Back to top button