ରାଜ୍ୟ

ବାର୍‌ହା ଆତଙ୍କ: ଘରେ ପଶି ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ, ୫ ଲହୁଲୁହାଣ

ମହାକାଳପଡ଼ା,୧୭ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ସାଠିଏବାଟି ଗ୍ରାମରେ ଶୁକ୍ରବାର ସକାଳୁ ଜଙ୍ଗଲୀ ବାର୍‌ହା ଆତଙ୍କ ସୃଷ୍ଟି କରିଛି। ବାର୍‌ହା ଆକ୍ରମଣରେ ତିନି ଜଣ ପୁରୁଷ ଓ ଦୁଇ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ମହିଳା ଓ ପୁରୁଷମାନେ ନିଜ ନିଜର ନିତିଦିନିଆ କାମ କରୁଥିବା ବେଳେ ହଠାତ୍‌ ଗାଁ ଭିତରକୁ ଗୋଟିଏ ଜଙ୍ଗଲୀ ବାର୍‌ହା ପଶିଆସିଥିଲା। ଯିଏ ସାମ୍ନାକୁ ଆସିଲା ତାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା। ଫଳରେ ଗାଁ ରେ ଆତଙ୍କ ଖେଳିଯାଇଛି।

ଆହତଙ୍କ ମଧ୍ୟରେ ସାଠିଏବାଟି ଗ୍ରାମର ଧନୁ ସାମଲ(୬୫) ପଞ୍ଚେଇ ଦାସ(୫୫) ପ୍ରତାପ ବେହେରା(୪୮), ବିପିନ ସ୍ବାଇଁ(୬୦), ବିଶ୍ୱନାଥ ବେହେରା(୬୫) ଏବଂ ଡାଳିମ୍ବ ରାଉତ(୫୮) ସମସ୍ତଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛି ତୁରନ୍ତ ସ୍ଥାନୀୟ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଘରୁ ବାହାରିବାକୁ ସାହସ କରୁନାହାନ୍ତି। ବନ ବିଭାଗ କର୍ମଚାରୀମାନେ ତୁରନ୍ତ ପହଞ୍ଚି ବାର୍‌ହାକୁ ଧରିବା ସହ ଗାଁରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button