ରାଜ୍ୟ

ବାଲୁକାକଳା ପାର୍କ ପ୍ରକଳ୍ପକୁ ମିଳିବ ବିଲ୍ଡିଂ ପ୍ଲାନ ଅନୁମୋଦନ, ଖର୍ଚ୍ଚ ହେବ ୨୨.୫୦ କୋଟି; ସ୍ଥିତି ନିରୀକ୍ଷଣ କଲେ ପିଏମ୍‌ସି କମିଶନର

ପୁରୀ,୧୫/୧୦: ପୁରୀରେ ହେବ ବାଲୁକାକଳା ପାର୍କ । ଏଥିନିମନ୍ତେ ପର୍ଯ୍ୟଟନ ବିଭାଗ ଆବେଦନ କରିଥିବା ବିଲ୍ଡ ିଂ ପ୍ଲାନ ଅନୁମୋଦନ ଦେବା ନିମନ୍ତେ ପୁରୀ ମହାନଗର ନିଗମ ପକ୍ଷରୁ କ୍ଷେତ୍ର ସର୍ଭେ ହୋଇଛି । ପୁରୀ ମହାନଗର ନିଗମ କମିଶନର ଓ ଯୁଗ୍ମ କମିଶନର ପ୍ରକଳ୍ପିତ ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବ୍ଶୀଘ୍ର ଏଥିନିମନ୍ତେ ଅନୁମୋଦନ ଦିଆଯିବ ବୋଲି ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା ସୂଚନା ଦେଇଛନ୍ତି । ସେହିପରି ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚରେ ବାଙ୍କି ମୁହାଣ ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନବୀକରଣ କାର୍ଯ୍ୟ ଅଗ୍ରଗତି ଓ ସ୍ୱରେଜ୍ ଜଳ ପରିଚାଳନା ସ୍ଥିତି ମଧ୍ୟ ପିଏମ୍‌ସି କମିଶନର ଅନୁଧ୍ୟାନ କରିଥିଲେ ।

ପୁରୀ ୟୁଥ ହଷ୍ଟେଲ ପାର୍ଶ୍ବରେ ଥିବା ଖାଲି ଜମିରେ ଏହି ସ୍ୟାଣ୍ଡ ଆର୍ଟ ପାର୍କ କରାଯିବାକୁ ପର୍ଯ୍ୟଟନ ବିଭାଗ ଯୋଜନା ରଖିଛି । ଏଥିନିମନ୍ତେ ୨୨ କୋଟି ୫୦ ଲକ୍ଷରୁ ଅଧିକ ବ୍ୟୟ ଅଟକଳ ହୋଇଛି । ପ୍ରକଳ୍ପ କରିବା ନିମନ୍ତେ ଓଟିଡିସି(ଓଡ଼ିଶା ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ) ପକ୍ଷରୁ ଜୁଲାଇ ମାସରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଦେଢ଼ ବର୍ଷ ଭିତରେ ପ୍ରକଳ୍ପ ସାରିବାକୁ ସମୟ ଧାର୍ଯ୍ୟ ହୋଇଛି ।

ପୁରୀକୁ ସର୍ବାଧିକ ଯାତ୍ରୀ ଆସୁଥିବା ବେଳେ ଏହି ପ୍ରକଳ୍ପ ସେମାନଙ୍କ ଚିତ୍ତବିନୋଦନ ନିମନ୍ତେ ବେଶ ଖୋରାକ ଯୋଗାଇବ ବୋଲି ପ୍ରଶାସନ ଆଶା ରଖିଛି । ଦୀର୍ଘ ଦଶନ୍ଧି ତଳେ ଏହି ପ୍ରକଳ୍ପ କରିବା ନିମନ୍ତେ ପ୍ରଶାସନ ଜମି ଚିହ୍ନଟ କରିଥିଲେ ହେଁ ଏପର୍ଯ୍ୟନ୍ତ ଚୂଡାନ୍ତ ପଦକ୍ଷେପ ନେଇପାରିନି । ପୁରୀରେ ଅନେକ ଜଣାଶୁଣା ବାଲୁକା ଶିଳ୍ପୀ ସେମାନଙ୍କ କଳାର ପ୍ରଦର୍ଶନ କରୁଛନ୍ତି । ସେମାନେ ଅନେକ ଛାତ୍ର ଉତାରିଛନ୍ତି । ଦେଶ ବିଦେଶରେ ବିଭିନ୍ନ ପ୍ରତିଯୋଗିତାରେ ମେଡାଲ ଜିତିବା ସହ ପ୍ରଶଂସା ପାଉଛନ୍ତି । ପୁରୀ ବେଳାଭୂମି ଓ ପୁରୀ-କୋଣାର୍କ ବେଳାମାର୍ଗରେ କେତେ ଜଣ ଜଣାଶୁଣା ବାଲୁକା ଶିଳ୍ପୀ ନିଜସ୍ୱ ସ୍ୟାଣ୍ଡ ଆର୍ଟ ପ୍ରଦର୍ଶନୀ ମଧ୍ୟ କରୁଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button