ଓଡିଶାରାଜନୀତି

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଦରକାର। ଏସବୁକୁ ସଭାପତି ବିଚାରକୁ ନେଲେ ଭଲ ହେବ ବୋଲି ସେ କହିଛନ୍ତି। କେଉଁ ପାରାମିଟରରେ କିଏ ଆସୁଛି ସଭାପତି ଚିନ୍ତା କରୁଥିବେ। ଜାତୀୟ ସ୍ତରରେ ଆଞ୍ଚଳିକ ଦଳ ବି ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦିଅନ୍ତି। ଆମେ ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦେଲେ ଭଲ ହେବ ବୋଲି ସେ କହିଛନ୍ତି।

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦେଶର ୧୦ ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି।

ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ -ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ ଖାଲି ହେବ । ଯଦି ଓଡ଼ିଶା କଥା ଦେଖିବା ତାହେଲେ ଓଡ଼ିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି । ଆସନ୍ତା ଏପ୍ରିଲ ୨ ତାରିଖରେ ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ୟକାଳ । ମୁନ୍ନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ ଓ ସୁଜିତ୍‌ କୁମାରଙ୍କ କାର୍ଯ୍ୟକାଳ ସରିବ ।

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button