ଓଡିଶାରାଜନୀତି

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ୪ ଲକ୍ଷରୁ ଅଧିକ ଲୋକ ଫେରିପାଇଲେଣି ଚିଟ୍‌ଫଣ୍ଡ ଟଙ୍କା

୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା...

ଭୁବନେଶ୍ୱର ୩୦।୦୩ : ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା । ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ୍ ଲ୍ୟାଣ୍ଡ ଭ୍ୟାଲୁ ଏବଂ ହାଇଟେକ୍ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର ୮ ଲକ୍ଷ ୭୮ ହଜାର ୯୫୩ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୨୭ ହଜାର ୬୪୨ ଜମାକାରୀଙ୍କୁ ୧୨୮ କୋଟି ଟଙ୍କା ଫେରସ୍ତ କରାଯାଇଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କମିଶନ ସୁପାରିଶ କରିଥିବା ୯୯ ହଜାର ୮୪୫ କ୍ଷୁଦ୍ର ଜମାକାରୀଙ୍କୁ ୪୭ କୋଟି ଟଙ୍କାର କର୍ପସ ଫାଣ୍ଠି ଫେରସ୍ତ କରାଯାଇଛି । ଏହାସହ ୮ଟି ସଂସ୍ଥାର ସଂପତ୍ତି ଜବତ ସହ ବ୍ୟାଜାପ୍ତି ଫଳରେ ସରକାରଙ୍କୁ ସାଢେ ୮ କୋଟି ଟଙ୍କର ରାଶି ପ୍ରାପ୍ତ ହୋଇଛି । ସେହିପରି ୬୮ଟି ବେଆଇନ୍ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର-ଅସ୍ଥାବର ସଂପତ୍ତି ବ୍ୟାଜାପ୍ତି ନିମନ୍ତେ ୯୦ଟି ପ୍ରସ୍ତାବକୁ ରାଜ୍ୟ ସରକାର ଆଦେଶ ଦେଇଥିବା ବେଳେ ୪୨ଟି ନିର୍ଦ୍ଦେଶକୁ ନ୍ୟାୟାଳୟ କାଏମ ରଖିଛନ୍ତି ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button