ଓଡିଶା

ବିବାହିତ ମହିଳାଙ୍କୁ କରୁଥିଲେ ପ୍ରେମ ! ଗାଁରୁ ମିଳିଲା ଯୁବକଙ୍କ ମୃତଦେହ

ଯାଜପୁର ୨୦।୧୨ : ପ୍ରେମିକା ଗାଁରେ ପ୍ରେମିକାର ମୃତ୍ୟୁ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ପୁଅକୁ ହତ୍ୟା କରାଯାଇଥିବା ନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପା । ପୋଲିସ ମୃତଦେହ ଜବତ କରି ଛାନ ଜାରି ରଖିଛି ।

କଟକ ସାଲେପୁର ଥାନା ଦେଉଳି ଗୋବିନ୍ଦପୁର ଗାଁର ମନୋଜ ଦାସଙ୍କ ପୁଅ ଅଶୋକ ଦାସ ବିଞ୍ଝାରପୁର ଥାନା ମଇଁନ୍ଦା ଗାଁର ଜଣେ ମହିଳାଙ୍କୁ ଘରକୁ ଆସିଥିଲେ । ପୂର୍ବରୁ କୁଆଡେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା । ଏଥିପାଇଁ ତାଙ୍କୁ ଦେଖା କରିବାକୁ ଆସିଥିଲେ । ହେଲେ ସେଠାରେ ତାଙ୍କୁ ଅଟକ ରଖାଯାଇଥିଲା । ପରେ ସେ ଘରକୁ ଫୋନ୍‌ କରି ଜଣାଇଥିଲେ ।

ସେପଟେ ଖବର ପାଇ ଅଶୋକଙ୍କ ବାପା-ମା ଆସି ପହଞ୍ଚିବାରୁ ମହିଳାଙ୍କ ଘର ଲୋକ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଅଶୋକଙ୍କ ବାପା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ୧ ଲକ୍ଷ  ଦେବାକୁ କଥା ଛିଡ଼ିଥିଲା । ବାପା ଜଳଖିଆ ଖାଇବାକୁ ଆସିଥିଲେ । ସେଠାରୁ ଯାଇ ଦେଖନ୍ତି ତ ପୁଅର ଝୁଲନ୍ତା ମୃତଦେହ ଝୁଲୁଛି ।  ସେଠାରୁ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ ଅଶୋକଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ବିଞ୍ଝାରପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିଲେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବ । ସେହିପରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button