ଦେଶ ବିଦେଶବିଶେଷ

ବିରଳ ଏହି ବିବାହ: ଦୁଇ ଯମଜ ଭଉଣୀଙ୍କ ହାତ ଧରିଲେ ଦୁଇ ଯାଆଁଳା ଭାଇ

ନୂଆଦିଲ୍ଲୀ: କଥାରେ ଅଛି କାହା ସହ କାହାର ବିବାହ ହେବ ତାହା ଉପରବାଲା ହାତରେ… ସେଥିପାଇଁ ତ’ ଅନେକ ସମୟରେ ଯୋଡ଼ି ହେଲା ଭାଙ୍ଗିଯାଏ… ତ’ ପୁଣି କେତେବେଳେ ଭାଙ୍ଗିଯାଉଥିବା ସମ୍ପର୍କ ବି ଯୋଡ଼ିହୋଇଯାଏ। ହେଲେ ବିବାହର ଯେଉଁ ବିରଳ ଉଦାହରଣ ଏବେ ଦେଖିବାକୁ ମିଳିଛି, ତାହା ଶୁଣିଲେ ଆପଣ ନିଶ୍ଚୟ କହିବେ… ସତରେ ବିବାହର ଡୋରି ଭଗବାନଙ୍କ ହାତରେ।

ବିରଳ ଏକ ବାହାଘର। ବିବାହ କଲେ ଦୁଇ ଯାଆଁଳା ଭାଇ ଓ ଦୁଇ ଯାଆଁଳା ଭଉଣୀ। ଗୋଟିଏ ଦିନରେ ଗୋଟିଏ ମଣ୍ଡପରେ, ଗୋଟିଏ ମୁହୂର୍ତ୍ତରେ ପଡ଼ିଲା ଦୁଇ ଦମ୍ପତିଙ୍କ ହାତଗଣ୍ଠି। ତେଲେଙ୍ଗାନାର ଏହି ବିରଳ ଏବଂ ଅସାଧାରଣ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା। ରିପୋର୍ଟ ଅନୁସାରେ, ତେଲେଙ୍ଗାନା କାମାରେଡ୍ଡୀ ଜିଲ୍ଲା ଘନପୁର ଗାଁର ଦୁଇ ଯାଆଁଳା ଭାଇ ବିଜୟ ଏବଂ ବିନୟଙ୍କର, ନିଜାମାବାଦ ଜିଲ୍ଲା ଡେମୀ କାଲାନ ଗାଁର ଦୁଇ ଯାଆଁଳା ଭଉଣୀ କୀର୍ତ୍ତନା ଓ କିର୍ତ୍ତୀଙ୍କ ସହ ବିବାହ ବୈଦିକ ରୀତିରେ ବିବାହ ହୋଇଛି। ସ୍ଥାନୀୟ ଲୋକେ ଏମାନଙ୍କ ବିବାହକୁ ବାସ୍ତବିକ ଜୀବନର ଦର୍ପଣର ପ୍ରତିବିମ୍ବ ଥିବା ବୋଲି କହିଛନ୍ତି।

ସୂଚନା ଅନୁସାରେ, ଗତ ରବିବାର ଏମାନଙ୍କ ବିବାହ ହୋଇଛି। ଦୁଇ ଦମ୍ପତିଙ୍କର ଗୋଟିଏ ମଣ୍ଡପରେ ବିବାହ ହୋଇଥିଲା। ଦୁଇ ଦମ୍ପତିଙ୍କୁ ବିବାହ ମଣ୍ଡପରେ ପାଖାପାଖି ବସିବାର ଦେଖି ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। ଆହୁରି ମଧ୍ୟ ଏମାନଙ୍କ ବିବାହ ଦେଖିବାକୁ ପାଖ ଗାଁ ଲୋକେ ମଧ୍ୟ ଭିଡ଼ ଜମାଇଥିଲେ। ଅନେକ ଏହି ବିବାହକୁ ଅଞ୍ଚଳ ପାଇଁ ସବୁଠୁ ସ୍ମରଣୀୟ ବୋଲି କହିବା ସହ ଏଭଳି ବିବାହ ଦେଖିବା ଜୀବନରେ ଥରେ ବୋଲି କହିଛନ୍ତି । ସେପଟେ ଏହି ବିରଳ ବିବାହ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ଖୁବ୍ ଭାଇରାଲ ହେବାରେ ଲାଗିଛି।

ତେବେ ବିରଳ ହେଲେବି ଏହି ବିବାହ ଅଦ୍ଭୁତପୂର୍ବ ନୁହେଁ। କାରଣ ୨୦୨୮ ଅଗଷ୍ଟରେ ଓହାୟୋ ଟ୍ବିନ୍ସବର୍ଗରେ ମଧ୍ୟ ଏଭଳି ଏକ ବିବାହ ହୋଇଥିଲା। ଆମେରିକାର ଦୁଇ ଯାଆଁଳା ଭଇଣୀ ବ୍ରିଟେନୀ ଏବଂ ବ୍ରିଏନା ଡିଏନ ମଧ୍ୟ ଦୁଇ ଯାଆଁଳା ଭାଇ ଜୋସ ଏବଂ ଜେରେମୀ ସ୍ଲେୟରଙ୍କୁ ବିବାହ କରିଥିଲେ। ଏହି ସମୟରେ ସେଠରେ ଟ୍ବିନ ଡେ ପର୍ବ ଅନୁଷ୍ଠିତ ହୋଉଥିଲା। ଆହୁରି ମଧ୍ୟ ଆଶ୍ଚର୍ଯ୍ୟକର କଥା ଥିଲା, ଯେତେବେଳେ ୨୦୨୦ରେ ଦୁଇ ଭଉଣୀ ଏକ ସମୟରେ ମାଆ ହେବାକୁ ଯାଉଥିବା କଥା କହିଥିଲେ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button