ଓଡିଶାଜିଲ୍ଲା

ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୨ ଦିନ ପରେ ଧରାପଡ଼ିଲା ଜହ୍ଲାଦ ରମେଶ !

୧୨ ତାରିଖରେ ହତ୍ୟା । ୧୪ ତାରିଖରେ ଗିରଫ । ବିଭତ୍ସ ହତ୍ୟାକାଣ୍ଡର ଫେରାର ଥିଲା ଅଭିଯୁକ୍ତ । ଧରାଇବା ପାଇଁ ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ।

ଦେବଗଡ଼ ୧୪।୦୩ : ୧୨ ତାରିଖରେ ହତ୍ୟା । ୧୪ ତାରିଖରେ ଗିରଫ । ହତ୍ୟାକାଣ୍ଡ ୨ ଦିନ ଧରି ଫେରାର ଥିଲା ଅଭିଯୁକ୍ତ । ଧରାଇବା ପାଇଁ ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ପ୍ରଥମେ ପୋଲିସର ଲୁଚକାଳି ଖେଳ ଏବଂ ପାଣି ଟାଙ୍କି ଉପରେ ବସିବା ପରି ଚାଲିଥିଲା ବେଶ୍ ହାଇଡ୍ରାମା । ଶେଷରେ ପୋଲିସ ହାବୁଡ଼ରେ ପଡ଼ିଲା ଟ୍ରିପଲ ମର୍ଡରର ଅଭିଯୁକ୍ତ ।

ମାର୍ଚ୍ଚ ୧୧ ତାରିଖ । କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ଘଟିଥିଲା ହୃଦୟ ବିଦାରକ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି କରି ୫୦ ବର୍ଷୀୟ ବୃଦ୍ଧ ରମେଶ ଗରିଆ ସାଜିଥିଲା ରକ୍ତମୁଖା । ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା । ବୋହୂ ବିରୋଧ କରିବାକୁ, ତାକୁ ବି ରାସ୍ତାକୁ ହଟାଇଥିଲା । ଏହି ଘଟଣାକ୍ରମରେ ଚାରି ବର୍ଷର ନାତୁଣୀ ମଧ୍ୟ ଆଖିବୁଜିଥିଲା । ସମସ୍ତଙ୍କୁ ହାତୁଡ଼ିରେ ମାରି ମାରି ହତ୍ୟା କରିଥିଲା ଅଭିଯୁକ୍ତ ରମେଶ ଗରିଆ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ରମେଶଙ୍କୁ ସମସ୍ତେ ନେହୁରା ହୋଇଥିଲେ ଏପରି ଅମାବନୀୟ କାମ ନକରିବା ପାଇଁ, ହେଲେ ସେ କାହାରି ନେହୁରା ଶୁଣିନଥିଲେ । ଏମିତି କି ଛୋଟ ନାତୁଣୀ ବି ଛାଡ଼ିଦେବାକୁ ନେହୁରା ହୋଇଥିଲା ।

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଦୁଇ ପୁଅ ଧିରେନ ଓ ଭୁବନ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ସୁନାର ସଂସାର ଛାରଖାର ହୋଇଯାଇଥିଲା । ଘଟଣା ସଂପର୍କରେ କୁଣ୍ଢେଇଗୋଳା ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୁକ୍ତକୁ ଧରିବା ଫେଲ୍ ମାରିଥିଲା ପୋଲିସ । ଦୁଇ ଧରି ପୋଲିସକୁ ଚକ୍ମା ଦେଇଚାଲିଥିଲା ଅଭିଯୁକ୍ତ । ଶନିବାର ଦିନ ଗାଁ ପାଖରେ ଥିବା ପାଣି ଟାଙ୍କି ଉପରେ ଅଭିଯୁକ୍ତ ବସିଥିବାର ଦେଖିଥିଲେ ଗାଁ ଲୋକେ । ଏହାପରେ ଗାଁ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସର ବାରମ୍ବାର ଅନୁରୋଧ ପରେ ତଳକୁ ଓହ୍ଲାଇନଥିଲା । ଶେଷରେ ଅଗ୍ନିଶମ ବାହିନୀ ଏବଂ ପୋଲିସର ମିଳିତ ଅପରେସନରେ ଅଭିଯୁକ୍ତକୁ ଉଦ୍ଧାର କରାଯାଇଥିଛି । ପ୍ରାଥମିକ ଚିକିତ୍ସା ପରେ ପୋଲିସ ହେପାଜତକୁ ଦିଆଯାଇଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button