ଓଡିଶାମହାନଗର

ବୋର୍ଡର ଅଜବ ନୀତି, ଇଦୁଲ ଫିତର, ରାମ ନବମୀରେ ଛୁଟି ନାହିଁ, ଖାତା ଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର/କଟକ: ଆସନ୍ତା ୧୯ ତାରିଖରୁ ଏପ୍ରିଲ ୨ ତାରିଖ ଯାଏ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଚଳିତ ବର୍ଷର ଦଶମ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ କରିବେ। ଖାତା ଦେଖା ସର୍ବନିମ୍ନ ଦଶ ଦିନ ଲାଗିପାରେ। ଏଥିପାଇଁ ବୋର୍ଡ ତରଫରୁ ବିଧିବଦ୍ଧ ଭାବେ ନୋଟିସ ଜାରି କରାଯାଇଛି। କିନ୍ତୁ ବୋର୍ଡର ଅଜବ ନିୟମ ଇଦୁଲ ଫିତର ଓ ରାମ ନବମୀରେ ସବୁ ଛୁଟି ରହୁଥିଲେ ହେଁ ଦଶମ ଶ୍ରେଣୀ ଖାତା ଦେଖା ଚାଲିବ।

ଆସନ୍ତା ୨୧ ତାରିଖରେ ମୁସଲମାନ ସମ୍ପ୍ରଦାୟଙ୍କର ଇଦୁଲଫିତର ପର୍ବ ଥିବା ବେଳେ ଆସନ୍ତା ୨୭ ତାରିଖରେ ଓଡିଶାର ଗଣ ପର୍ବ ରାମ ନବମୀ ପାଳିତ ହେବ। ସେଥି ପାଇଁ ଏହି ଦୁଇ ଦିନକୁ ଓଡ଼ିଶା ସରକାର ଛୁଟି ଘୋଷଣା କରିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ମଧ୍ଯ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା ୩୨୨୬୭,୧୫.୧୨.୨୦୨୫ ଅନୁସାରେ ଛୁଟି ଘୋଷଣା ସହ ବିଦ୍ୟାଳୟ ବନ୍ଦ ପାଇଁ ନିର୍ଦ୍ଦେଶନାମା ଅଛି। କିନ୍ତୁ ବଡ଼ ଦୁଃଖ ପରିତାପର ବିଷୟ ଏହିକି ଯେ ଏହି ଦୁଇଦିନ ଛୁଟିରେ ସମସ୍ତ ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ।

 

ମାନବିକ ଅଧିକାର ଓ ଲେବର ଆକ୍ଟ କ୍ଷୁର୍ଣ୍ଣ ହେବା ସହ ସେମାନେ ମାନସିକ ଅଶାନ୍ତିରେ ଖାତା ଦେଖିବେ ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁମାନେ ଖାତା ଦେଖିବେନି ସେମାନେ ଛୁଟି ପାଇବେ ଅଥଚ ଯେଉଁମାନେ ଖାତା ଦେଖିବେ ସେମାନେ କି ପାପ କଲେ ଯେ ଛୁଟି ପାଇବେ ନାହିଁ। ଖାତା ଦେଖିବା କଣ ସେମାନଙ୍କର ଭୁଲ୍ କି ବୋଲି ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ପୁନଶ୍ଚ ଓଡିଶା ସରକାରୀ ହାଇସ୍କୁଲ ଏନ.ପି.ଏସ. ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଆମେ ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ସମେତ ବୋର୍ଡର ଉଚ୍ଚ ଅଧିକାରୀମାନଙ୍କୁ ଅବଗତ କରାଇଛୁ। ଯଦି ଏହି ସମସ୍ୟାର କିଛି ସମାଧାନ ନ ହୁଏ ତାହେଲେ ବାଧ୍ୟ ହୋଇ ଆମେ ଆନ୍ଦୋଳନ ସହ ଆଇନର ଆଶ୍ରୟ ନେବୁ। ଶିକ୍ଷକ ଶିକ୍ଷୟିତ୍ରୀମାନେ ସଦାବେଳେ ଛାତ୍ର ଛାତ୍ରୀ ମାନଙ୍କର ବିକାଶ ଚାହାଁନ୍ତି। ତାର ଅର୍ଥ ନୁହେଁ ଯେ ସେମାନେ ମାନସିକ ଅଶାନ୍ତିରେ ଖାତା ଦେଖିବେ ଓ ସେମାନଙ୍କର ମାନବିକ ଅଧିକାରକୁ ଜାଣିଶୁଣି କ୍ଷୁର୍ଣ୍ଣ କରାଯିବ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button