ଖେଳ

ଭାରତ-ପାକିସ୍ତାନ ମ୍ୟାଚକୁ ବର୍ଷା ଭୟ, ମୁକାବିଲା ରଦ୍ଦ ହେଲେ କାହାକୁ ହେବ ଲାଭ-କ୍ଷତି ?

ରତ ଏବଂ ପାକିସ୍ତାନ ରବିବାର ଟି-୨୦ ବିଶ୍ୱକପର ଗ୍ରୁପ୍ ଏ’ରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସ୍ଥିତ ଆର୍.ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଏହି ମ୍ୟାଚରେ ବର୍ଷା ସାଜିପାରେ ଭିଲେନ । ଶ୍ରୀଲଙ୍କା ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ପ୍ରମାଣିତ ହୁଏ ତେବେ ଏହି ମ୍ୟାଚ୍ ପ୍ରଶଂସକଙ୍କ ଆଶାକୁ ଧୂଳିସାତ କିରବ ।

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ରବିବାର ଟି-୨୦ ବିଶ୍ୱକପର ଗ୍ରୁପ୍ ଏ’ରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସ୍ଥିତ ଆର୍.ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଏହି ମ୍ୟାଚରେ ବର୍ଷା ସାଜିପାରେ ଭିଲେନ । ଶ୍ରୀଲଙ୍କା ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ପ୍ରମାଣିତ ହୁଏ ତେବେ ଏହି ମ୍ୟାଚ୍ ପ୍ରଶଂସକଙ୍କ ଆଶାକୁ ଧୂଳିସାତ କରିବ ।

ପାଣିପାଗ ବିଭାଗ କଲମ୍ବୋରେ ବର୍ଷା ସତର୍କତା ଜାରି କରିଛି । ଫେବ୍ରୁଆରୀ ୧୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ଏବଂ ୧୫-୧୬ ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଫେବ୍ରୁଆରୀ ୧୬ରୁ ୧୯ ତାରିଖ ମଧ୍ୟରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏପରି କି ବନ୍ୟା ନେଇ ମଧ୍ୟ ଆଶଂକା କରାଯାଉଛି । ବର୍ଷା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ସ୍କାଇମେଟ୍ ୱେଦର ଅନୁଯାୟୀ, ଫେବ୍ରୁଆରୀ ୧୫ରେ ଭାରତ-ପାକିସ୍ତାନ ମ୍ୟାଚ୍ ଦିନ କଲମ୍ବୋରେ ବର୍ଷା ହେବାର ସମ୍ଭାବନା ଅଛି । ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇପାରେ । ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଅବସ୍ଥିତ ୟାଲା, ମଟାରା, ହାମ୍ବନଟୋଟା, ତାଙ୍ଗଲ୍ଲା ଏବଂ ଗାଲେରେ ବର୍ଷା ହେବାର ସମ୍ଭାବନା ଅଧିକ । ପଶ୍ଚିମ ଉପକୂଳରେ ଟିକିଏ ଉଚ୍ଚରେ ଅବସ୍ଥିତ କଲମ୍ବୋରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଛି ।

କୌଣସି ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ସୁଦ୍ଧା ପାଣିପାଗ ପର୍ଯ୍ୟବେକ୍ଷଣ ୱେବସାଇଟ୍ ଅନୁଯାୟୀ, ରବିବାର ସନ୍ଧ୍ୟା ୬ଟା, ସନ୍ଧ୍ୟା ୭ଟା ଏବଂ ରାତି ୮ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ଅଛି । ଯଦି ଏପରି ହୁଏ, ତେବେ ମ୍ୟାଚ୍ ବାତିଲ ହୋଇପାରେ । ଏପରି ପରିସ୍ଥିତିରେ, ଉଭୟ ଦଳକୁ ଗୋଟିଏ ପଏଣ୍ଟ ବାଣ୍ଟିବାକୁ ପଡିବ ।

ଯଦି ମ୍ୟାଚ୍ ବାତିଲ ହୁଏ, କାହାକୁ ହେବ ଲାଭ ?

ଏବେ ପ୍ରଶ୍ନ ହେଉଛି, ଯଦି ଏହି ମ୍ୟାଚ୍ ବାତିଲ ହୁଏ, ତେବେ କେଉଁ ଦଳ ଲାଭବାନ ହେବ କିମ୍ବା କ୍ଷତି ସହିବ ? ଯଦି ମ୍ୟାଚ୍ ବାତିଲ ହୁଏ ତେବେ ଭାରତ ଏବଂ ପାକିସ୍ତାନର ୫ ପଏଣ୍ଟରେ ପହଞ୍ଚିବେ । ଉଭୟ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଅନ୍ୟପଟେ ଆମେରିକା ଏବଂ ନେଦରଲ୍ୟାଣ୍ଡ ପାଇଁ କ୍ଷତି ହେବ । ଆମେରିକା ଲଗାତାର ଦ୍ୱିତୀୟ ଥର ପାଇଁ ସୁପର ୮ରେ ପହଞ୍ଚିବାର ସୁଯୋଗ ହରାଇବ । ନେଦରଲ୍ୟାଣ୍ଡ ଏବଂ ଆମେରିକାର ୨ ପଏଣ୍ଟରେ ଅଛନ୍ତି । ଉଭୟଙ୍କର କେବଳ ଗୋଟିଏ ମ୍ୟାଚ୍ ବାକି ଅଛି । ଯଦିଓ ସେମାନେ ଉଭୟ ମ୍ୟାଚ୍ ଜିତିଯାଆନ୍ତି, ତଥାପି ସେମାନଙ୍କର ୪ ପଏଣ୍ଟ ରହିବ, ଯାହା ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ଯଥେଷ୍ଟ ହେବ ନାହିଁ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button