ବାଣିଜ୍ୟ

ଭେନେଜୁଏଲାରୁ ତୈଳ କ୍ରୟ ନିମନ୍ତେ ରିଲାଏନ୍ସକୁ ମିଳିଲା ମଞ୍ଜୁରୀ, ଆମେରିକା ଦେଲା ଲାଇସେନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭେନେଜୁଏଲାରୁ ତୈଳ କ୍ରୟ ନିମନ୍ତେ ମଞ୍ଜୁରୀ ହାସଲ କରିନେଇଛି। ଏଥି ପାଇଁ ଆମେରିକା ଜେନେରାଲ ଲାଇସେନ୍ସ ମଧ୍ୟ ଦେଇଛି।

ଜାମନଗର ୧୩।୨: ଏସିୟାର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭେନେଜୁଏଲାରୁ ତୈଳ କ୍ରୟ ନିମନ୍ତେ ମଞ୍ଜୁରୀ ହାସଲ କରିନେଇଛି। ଏଥି ପାଇଁ ଆମେରିକା ଜେନେରାଲ ଲାଇସେନ୍ସ ମଧ୍ୟ ଦେଇଛି। ଏହାର ଅର୍ଥ ହେଉଛି ରିଲାଏନ୍ସ ଏବେ ବିନା କୌଣସି ଆଇନଗତ କଟକଣାରେ ସିଧା ଭେନେଜୁଏଲାର ବିଶାଳ ତୈଳ ଭଣ୍ଡାରରୁ ତୈଳ ଆମଦାନୀ କରିପାରିବ। ଏ ପର୍ଯ୍ୟନ୍ତ ଆମେରିକା କଟକଣା ଯୋଗୁ ଭେନେଜୁଏଲାରୁ ତୈଳ କ୍ରୟରେ ଅସୁବିଧା ହେଉଥିଲା। ଗତ ବର୍ଷ ପରିସ୍ଥିତି ଏପରି ଥିଲା ରିଲାଏନ୍ସ ତାର ତୈଳ କ୍ରୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା।

ଏବେ ଲାଇସେନ୍ସ ମିଳିବା ପରେ ରିଲାଏନ୍ସ ନା କେବଳ ତୈଳ କ୍ରୟ କରିପାରିବ ବରଂ ପରେ ତାକୁ ବିକ୍ରି ମଧ୍ୟ କରିବ। ରିଲାଏନ୍ସର ଗୁଜରାଟସ୍ଥିତ ରିଫାଇନିଂ କମ୍ପ୍ଲେକ୍ସ ବିଶ୍ୱର ସବୁଠୁ ଅତ୍ୟାଧୁନିକ ପ୍ଲାଣ୍ଟ, ଯାହା ଭେନେଜୁଏଲାର ଅଶୋଧିତ ତୈଳକୁ ସହଜରେ ପ୍ରୋସେସ କରିପାରିବ। ବଜାର ବିଶେଷଜ୍ଞଙ୍କ ଅନୁସାରେ ଭେନେଜୁଏଲାରୁ ସିଧା କିଣାଯିବା ଯୋଗୁ ରିଲାଏନ୍ସର ସଞ୍ଚୟ ମଧ୍ୟ ହେବ। ଉଲ୍ଲେଖଯୋଗ୍ୟଯେ ଋଷିଆ ତୈଳ ଅପେକ୍ଷା ଭେନେଜୁଏଲାର ଅଶୋଧିତ ତୈଳ ଅନେକ ଶସ୍ତା। ଚଳିତବର୍ଷ ପ୍ରାରମ୍ଭରେ ଏଥି ପାଇଁ ରିଲାଏନ୍ସ ଆବେଦନ କରିଥିଲା। ନିକଟରେ କମ୍ପାନୀ ଭିଟୋଲ ନାମକ ଫାର୍ମ ମାଧ୍ୟମରେ ୨୦ଲକ୍ଷ ବ୍ୟାରଲ ତୈଳ ମଗାଇଥିଲା। ହେଲେ ଏବେ ସିଧା ଲାଇସେନ୍ସ ମିଳିଯିବା ଯୋଗୁ ବ୍ରୋକରେଜ ଖର୍ଚ୍ଚ ମଧ୍ୟ କମିଯିବ।

ଭେନେଜୁଏଲାରେ ସବୁଠୁ ବଡ଼ ତୈଳ ସମ୍ପଦ ରହିଛି। ନିକଟରେ ଆମେରିକା ସେଠାକାର ଏନର୍ଜୀ ଇଣ୍ଡଷ୍ଟ୍ରି ଉପରେ ଜାରି କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ୨ବିଲିୟନ ଡଲାରର ତୈଳ ଯୋଗାଣ ଡିଲ ପୁରା କରାଯାଇ ପାରିବ। ଏହା ସହିତ ଆମେରିକା ସେଠାକାର ତୈଳ ଭିତ୍ତିଭୂମିର ବିକାଶ ନିମନ୍ତେ ୧୦୦ ବିଲିୟନ ଡଲାରର ମେଗା ପ୍ଲାନ ମଧ୍ୟ ପ୍ରସ୍ତୁତ କରିଛି। ଭାରତ ଦୃଷ୍ଟିରେ ଏହାକୁ ଦେଖିଲେ ନିକଟରେ ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଅତିରିକ୍ତ ୨୫% ଟ୍ୟାକ୍ସ ହଟାଇ ଦେଇଛନ୍ତି। ଏଣୁ ଏବେ ବାଣିଜ୍ୟ ଆହୁରି ସହଜ ହେବ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button