ମହାନଗର

ମରିଗଲା ମା’ ଛେଉଣ୍ଡ ‘ଶମ୍ଭୁ’, ଜାଣିପାରିଲେନି ରୋଗ, ମିଳିଲାନି ସଠିକ୍ ଚିକିତ୍ସା

ଭୁବନେଶ୍ୱର ୨୪।୧୨: ଆଖି ବୁଜିଲା ଶମ୍ଭୁ । କୁନି ହାତୀ ଶାବକ ଶମ୍ଭୁର ମୃତ୍ୟୁ ହୋଇଛି। କେନ୍ଦୁଝରରୁ କୂଅରୁ ଉଦ୍ଧାର ହୋଇ କୁମାରଖୁଣ୍ଟି ଆସିଥିଲା ସମ୍ଭୁ । କୁମକି ପ୍ରଶିକ୍ଷଣ ପାଇଁ ଚନ୍ଦକା କୁମାରଖୁଣ୍ଟି ସମ୍ଭୁକୁ ଅଣାଯାଇଥିଲା।

ମଙ୍ଗଳବାର ହାତୀ ଶାବକ ଶମ୍ଭୁ ହଠାତ୍ ଅସୁସ୍ଥ ହୋଇଥିଲା। ଶମ୍ଭୁ ଚାଲିପାରି ନଥିବାରୁ ତାର ପଛ ଗୋଡରେ କିଛି ଅସୁବିଧା ଥିବା ଜଣାପଡିଥିଲା। ଶମ୍ଭୁର ଚିକିତ୍ସା ପାଇଁ ବନ ବିଭିଗ ତତ୍ପର ହୋଇପଡିଲା। ଏକ ଡାକ୍ତରୀ ଦଳ ଗଠନ କରି ଚିକିତ୍ସା ଆରମ୍ଭ କରାଯାଇଥିଲା। ପ୍ରକୃତ ରୋଗ ଜାଣିବା ପାଇଁ ରକ୍ତ,ମଳ ଓ ମୃତ୍ର ଆଦି ପରିକ୍ଷା କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପଶୁ ଡାକ୍ତରଙ୍କ ସବୁ ଉଦ୍ୟମ ସ୍ବତେ ଶମ୍ଭୁ ଆଖି ବୁଝିଥିଲା। ଖବର ପାଇ ବନ ବିଭାଗ ଅଧିକାରୀମାନେ ପହଁଚି ଶମ୍ଭୁର ଶବ ବ୍ୟବଚ୍ଛେଦ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଗତ ୧୫ ଦିନ ତଳେ ୪ ମାସର ହାତୀ ସାବକ କେନ୍ଦୁଝର ବନଖଣ୍ଡର ଏକ ଖାଲରୁ ଉଦ୍ଧାର ହୋଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button